ଘର କବାଟ ଭାଙ୍ଗି ଲୁଟିନେଲେ ସୁନା ଗହଣା

Get real time updates directly on you device, subscribe now.

କେନ୍ଦୁଝର : ଘରେ ପଶି ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୩୫ ହଜାର ଟଙ୍କା ଲୁଟି ନେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ବାରିଆ ଥାନା କଂସରା ଗାଁରେ ଲୁଟ୍‌ ଘଟଣା ଘଟିଛି । ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ଗୁରୁବାର ଜାଗର ହୋଇଥିବା ଲାଗି ଘର ଲୋକେ ମନ୍ଦିର ଯାଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଏହି ଘଟଣା ଘଟିଛି । ଘରର କବାଟ ଭାଙ୍ଗି ଆଲମିରା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୩୫ହଜାର ଚଙ୍କା ଲୁଟି ନେଇଛନ୍ତି ଲୁଟେରା । ସେପଟେ ଲୁଟ୍‌ ସଂପର୍କରେ ଖବର ପାଇ ବାରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons