ସମବାୟ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

Get real time updates directly on you device, subscribe now.

ଖୋର୍ଦ୍ଧା: ଆସୁନି ଟାର୍ଗେଟ୍ ଖୋଲୁନି ମଣ୍ଡି । ଆଉ ଏ ଭିତରେ ଦହଗଞ୍ଜ ହେଉଛନ୍ତି ଚାଷୀ । ନିଜ କଷ୍ଟ ଅର୍ଜିତ ଫସଲକୁ ସରକାର ଖୋଲିଥିବା ମଣ୍ଡିରେ ବିକି ନପାରି ବାଧ୍ୟ ହୋଇ ଚାଷୀମାନେ ସମବାୟ ସମିତି କାର୍ୟ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ବଡବେରଣା ସେବା ସମବାୟ ସମିତିର ଚାଷୀମାନେ ଟୋକାନ ଥାଇ ମଧ୍ୟ ଟାର୍ଗେଟ ଆସୁନଥିବା କାରଣରୁ ସରକାରଙ୍କୁ ଧାନ ବିକ୍ରି କରିନପାରି ସମବାୟ ସମିତି କାର୍ୟ୍ୟାଳୟକୁ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖାଦେଇଛି ।
ଚାଷୀମାନେ ଏସମ୍ପର୍କରେ ବାରମ୍ବାର ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇ ନିରାଶ ହେବାପରେ ଏପରି କରିଥିବା ଜଣାପଡ଼ିଛି । ସମିତିରେ ମୋଟ୍ ୫୪୯ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧୨୯ ଚାଷୀ ଏବେବି ଧାନ ବିକି ନଥିବା ଅଭିଯୋଗ ହୋଇଛି । ସେହିପରି ଧାନ ସରକାର ନକିଣିଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons