ଚାନ୍ଦବାଲି ଆରଏମସି ସମ୍ପାଦକ ନିଲମ୍ବିତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟି (ଆରଏମସି)ର ସେକ୍ରେଟାରୀ ନିରଞ୍ଜନ ମାଝୀଙ୍କୁ ଆଜି ନିଲମ୍ବିତ କରିଛନ୍ତି । ରାଜ୍ୟ ରେଜିଷ୍ଟର କୋଅପରେଟି ସୋସାଇଟି ପକ୍ଷରୁ ଆଦେଶନାମା ସଂଖ୍ୟା (୫୦୦୪-୧୨.୩.୨୧) ଏହି କାର୍ଯ୍ୟାନୁÂାନ ନିଆଯାଇଛି । ଶ୍ରୀ ମାଝୀ ଓସମା ବୋର୍ଡ ଅଧୀନସ୍ଥ ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଭାବେ ଡେପୁଟେସନରେ କାର୍ଯ୍ୟ କରୁଥିଲେ । କୋଅପରେଟି ସୋସାଇଟି ଓଡିଶା ରେଜିଷ୍ଟର ଶ୍ରୀ ମାଝିଙ୍କୁ ନୟନ୍ତ୍ରିତ ବଜାର କମିଟିରୁ ପ୍ରତ୍ୟାହାର କରି ନିଜ ବିଭାଗକୁ ଆଣି ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଆଦେଶ ନାମାରେ ଶ୍ରୀ ମାଝିଙ୍କ ସହକାରୀ ନିବନ୍ଧକ ସମବାୟ ସମିତି ସମ୍ମୁହ ମଣ୍ଡଳ କାର୍ଯ୍ୟାଳୟ(ଏଆରସିଏସ-ଭଦ୍ରକ)ରେ ହେଡକ୍ୱାର୍ଟର ଭାବେ କରାଯାଇଛି । ନିଲମ୍ବିତର କାରଣ ସଂପର୍କରେ ଏହି ଆଦେଶ ନାମାରେ ଦର୍ଶାଯାଇନାହିଁ । ଅନୁସନ୍ଧାନରୁ ଜଣାଯାଇଛି, ଗତ ୮.୦୩.୨୧ ତାରିଖରେ ଭଣ୍ଡାରୀପୋଖରୀ ବ୍ଲକ ଅଞ୍ଚଳରେ ଟାର୍ଗେଟ ଅଭାବରୁ ସରକାରୀ ମଣ୍ଡୀ ରେ ଧାନ କିଣାଯାଉନଥିବା ଅନ୍ୟ ପକ୍ଷରେ ଟେକୋନର ଅବଧି ଶେଷ ହୋଇଯାଉଥିବା ନେଇ ୧୫ ଟି ମଣ୍ଡିର ଅତିÂ ଚାଷୀମାନେ ଗତ ୮.୦୩.୨୧ ତାରିଖରେ ଧାନବସ୍ତା ରଖି ଭଣ୍ଡାରୀପୋଖରୀ ରାଜ ପଥରେ ଦିନ ୧୧ ଟାରୁ ୩ ପର୍ଯ୍ୟନ୍ତେ ରାସ୍ତା ଅବରୋଧ କରିଥିଲେ । ଚାଷୀମାନଙ୍କ ଅଭିଯୋଗ ଥିଲା ଧାନ ମଣ୍ଡିକୁ ଟାର୍ଗେଟ ଦେବାରେ ଚାନ୍ଦବାଲି ଆରଏମସି ସେକ୍ରେଟାରୀ ମନ୍ଦ ଉଦେ୍ଧଶ୍ୟ ରଖି ପାତର ଅନ୍ତର ନୀତି ଅବଲମ୍ବନ କରୁଥିଲେ । ଚାଷୀମାନଙ୍କ ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ଗୁପ୍ତଭାବେ ତଦନ୍ତ କରାଯାଇଥିଲା । ହେଲେ ବର୍ତ୍ତମାନର ନିଲମ୍ବନର ବାସ୍ତବ କାରଣ ଅସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons