
ଜୟପୁର,(ବି.ବି.ନୁ୍ୟଜ): ପତ୍ରକୋବି ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ବେଳେ ସଦର ପୁଲିସ ହାତରେ ଧରାପଡ଼ିଛନ୍ତି ମାଫିଆ । ପୁଲିସ ଏକ ଭ୍ୟାନ୍, ଗଞ୍ଜେଇ ଓ ୩୦ରୁ ଅଧିକ ପତ୍ରକୋବି ବସ୍ତା ଜବତ କରିଛି । କାରବାରରେ ଲିପ୍ତ ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖିଛି । ଗାଡ଼ିରେ କେତେ ଗଞ୍ଜେଇ ରହିଛି, କାରବାରରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି କୌଣସି ସୂଚନା ଦେବାକୁ ଓଆଇସି ଆଦିତ୍ୟ ମହାକୁଡ଼ ମନା କରିଦେଇଛନ୍ତି । ଠିକ୍ ସମୟରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭ୍ୟାନ୍(ଏପି ୩୧ ଟିଟି-୬୮୫୯)ରେ ଲମତାପୁଟ ବ୍ଲକ ଅଞ୍ଚଳରୁ ଗଞ୍ଜେଇ ଲୋଡିଂ ହୋଇଥିଲା । ପୁଲିସକୁ ଚକ୍ମା ଦେବା ଲାଗି ପରେ ଏଥିରେ ପତ୍ରକୋବି ବୋଝେଇ କରାଯାଇଥିଲା । ଗାଡ଼ିଟି ଝାଡଖଣ୍ଡ ଅଭିମୁଖେ ବାହାରିଥିଲା । ରାସ୍ତାରେ ପୁଲିସ ହାବୁଡ଼ରେ ପଡ଼ିଥିଲା ।


Comments are closed, but trackbacks and pingbacks are open.