
ରାୟଗଡ଼ା,(ବି.ବି.ନୁ୍ୟଜ): ସହର ଉପକଣ୍ଠ ମଝିଘରିଆଣୀ ପୋଲତଳେ ନାଗାବଳୀ ନଦୀରେ ବୁଡ଼ି ଜଣେ ବାଳକ ନିଖୋଜ ହୋଇଯାଇଛନ୍ତି । ତାଙ୍କ ପରିଚୟ ମିଳିପାରି ନାହିଁ । ଦମକଳବାହିନୀର ଯବାନମାନେ ଘଟଣାସ୍ଥଲରେ ପହଞ୍ଚିି ଖୋଜାଖୋଜି କରୁଛନ୍ତି । ବାଳକଙ୍କ ଏକ ବାଇକ ନଦୀ ନିକଟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ମେନରୋଡ଼ରେ ରହୁଥିବା ଜଣେ ବାଳକ ଏକ ବାଇକ(ଓଡି-୧୮-ବି-୫୪୪୬)ରେ ନଦୀ ନିକଟକୁ ଆସିଥିଲେ । କିଛି ସାମଗ୍ରୀ ନଦୀରେ ଫିଙ୍ଗିବା ନିମନ୍ତେ ସେ ନଦୀକୁ ଆସିଥିବା ଅନୁମାନ କରାଯାଉଛି । ସାମଗ୍ରୀ ଫିଙ୍ଗିବା ସମୟରେ ନଦୀରେ ତାଙ୍କ ଗୋଡ଼ଖସି ନିଖୋଜ ହୋଇଯାଇଛନ୍ତି । ନଦୀର ଗଭୀର ଜଳସ୍ରୋତରେ ସେ କେଉଠି ନିଖୋଜ ହୋଇଛନ୍ତି ତାହା ଜଣାପଡ଼ିପାରି ନାହିଁ । ତେବେ ଦମକଳବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଥିବା ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.