ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ତିନି ମାସ ହେଲା ନିଖୋଜ ଥିବା ଜଣେ ଯୁବକର ଗଳିତ ମୃତଦେହ ମଙ୍ଗଳବାର ଏଠାରେ ଉଦ୍ଧାର ହୋଇଛି । ଦୁରୁମାଗୁଡା ପାହଡରୁ ଝୁଲନ୍ତା ଅବସ୍ଥାରେ ଶବ ମିଳିଥିବାବେଳେ ଏତଲା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି ଯୁବକ ହେଲେ ମାଲକାନଗିରି ଥାନା ଏମଭି-୯୭ ଗାଁର ଖକନ ମଣ୍ଡଳଙ୍କ ପୁଅ ଶୈଲେନ ।
ସୂଚନା ଅନୁସାରେ, ଶୈଲେନ ଗତ ତିନିମାସ ତଳେ ଘରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ । ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ସାଙ୍ଗସାଥୀଙ୍କ ଘରେ ଖୋଜିଥିଲେ । କିନ୍ତୁ ଶୈଲେନଙ୍କ କୌଣସି ପତ୍ତା ମିଳି ନଥିଲା । ମଙ୍ଗଳବାର ସକାଳେ ଗାଁର କିଛି ଲୋକ ଦୁରୁମାଗୁଡା ପାହଡ ନିକଟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ପାହଡ ନିକଟ ଏକ ଗଛରେ ଶୈଲେନଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଲୋକେ ଶୈଲେନଙ୍କୁ ଚିହ୍ନିପାରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଁଚି ପୁଅକୁ ଚିହ୍ନିଥିଲେ । ପରେ ମାଲକାନଗିରି ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଶୈଲେନଙ୍କ ମୃତଦେହ ଉଦ୍ଧାର କରିଥିଲା । ବ୍ୟବଚ୍ଛେଦ ପାଇଁ ଶବକୁ ପଠାଯାଇଥିବା ବେଳେ ପୁଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି । ତିନିମାସ ହେଲା ପୁଅ ନିଖୋଜ ଥିବାବେଳେ ହଠାତ୍ ଦୁରୁମାଗୁଡା ପାହଡରୁ କିପରି ତାର ଝୁଲନ୍ତା ମୃତଦେହ ମିଳିଲା ବୋଲି ପରିବାର ଲୋକେ ସନେ୍ଦହ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମାମଲାର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons