ଜଳିଗଲା ୫ ଏକର ଆଖୁ ଫସଲ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ବ୍ଲକ୍ ତୁନପାର ପଞ୍ଚାୟତ ଅନ୍ତର୍ଗତ ବଞ୍ଜାରିଗୁଡା ଗାଁରେ ହୋଇଥିବା ଆଖୁଚାଷ ନଷ୍ଟ ହୋଇଯାଇଛି । ସୋମବାର ମଧ୍ୟାହ୍ନରେ କୌଣସି କାରଣରୁ ଖେତରେ ଲାଗିଯାଇଥିଲା ନିଆଁ । ପତ୍ରଗୁଡିକ ଶୁଖି ରହିଥିବାରୁ ଦେଖୁ ଦେଖୁ ପୂରା କିଆରିକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡରେ ଗାଁର ପ୍ରାୟ ୫ ଏକର ଆଖୁଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବାକୁ ନିବେଦନ କରାଯାଇଛି ।
ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଆଖୁ ଖେତରେ ଲାଗିଥିଲା ନିଆଁ । ଏହା ଦେଖି ଗାଁ ଲୋକେ ମିଳିତ ଭାବେ ଖେତରେ ପହଞ୍ଚିଥିଲେ । ହାଣ୍ଡି, ମାଠିଆ ଧରି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପାଖ ଝରଣାରୁ ପାଣି ଆଣିଥିଲେ । ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।ଏହି ନିଆଁ ଲିଭା କାର୍ଯ୍ୟରେ ଗାଁର ପ୍ରାୟ ୬୦ଜଣ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ନିଆଁ ଲିଭା ସରିବା ବେଳକୁ ଲକ୍ଷ୍ମୀପୁରରୁ ଆସି ପହଞ୍ଚିଥିଲା ଦମକଳ ଗାଡିÿ ଏବଂ ଫେରିଯାଇଥିଲା । ଅଗ୍ନିକାଣ୍ଡରେ ୮୦ ପ୍ରତିଶତ ଆଖୁ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଗାଁର ଚାଷୀ ବଲ ଜାନୀ, ହଳ ଜାନୀ, ଯୁଜି ସାଉନ୍ତା ପ୍ରମୁଖ । ଏ ସମ୍ପର୍କରେ ଆମେ ବିଭାଗୀୟ କୃଷି ଅଧିକାରୀ ହରି ଦାସଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି, ଯେଉଁମାନଙ୍କର ବୀମା ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons