
ନନ୍ଦପୁର,(ବି.ବି.ନୁ୍ୟଜ): କିଓସ୍କରୁ ଚୋରି ବେଳେ ଧରାପଡିଛନ୍ତି ଦୁଇ ଦୁର୍ବୃତ୍ତ । ସେମାନେ ହେଲେ ସୁନାବେଡାର ଶଙ୍କର ଖରା ଏବଂ କାକିରିଗୁମ୍ମାର ଅନିରୁଦ୍ଧ ଖୋସଲା । ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ଏବଂ କିଓସ୍କ ମାଲିକ ନିସ୍ତୁକ ମାଡ଼ ମାରି ପାଡୁଆ ପୁଲିସ୍ର ଜିମା ଦେଇଛନ୍ତି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ନନ୍ଦପୁର ବ୍ଲକ୍ ପାଡୁଆ ଥାନା ବାଡେଲ ଗାଁରେ ରାମଚନ୍ଦ୍ର ହନ୍ତାଳଙ୍କ ଏକ କିଓସ୍କ ରହିଛି । ଆଜି ପାହାନ୍ତିଆରେ ଶ୍ରୀ ହନ୍ତାଳ ଶୌଚ ହେବା ଲାଗି ବାହାରକୁ ଯାଇଥିଲେ । ଏହି ସମୟରେ ଦୁଇ ଯୁବକ କିଓସ୍କ ତାଲା ଭାଙ୍ଗି ଚୋରି ଉଦ୍ୟମ କରୁଥିଲେ । ଏହା ଦେଖିବା ପରେ ଶ୍ରୀ ହନ୍ତାଳ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସମସ୍ତେ ଏକାଠି ହେବା ପରେ ଉଭୟଙ୍କୁ କାବୁ କରି ଦେଇଥିଲେ ଉତ୍ତମ ମଧ୍ୟମ । ଏ ସମ୍ପର୍କରେ ଖବରପାଇ ପାଡୁଆ ଥାନା ଏସ୍ଆଇ ଶୁକ୍ରା ମାଢି ଗାଁରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ କବଳରୁ ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନା ନେଇଥିଲେ ।


Comments are closed, but trackbacks and pingbacks are open.