
ମାଲକାନଗିରି, (ବି.ବି.ନୁ୍ୟଜ): ଫୁଡ୍ ଲାଇସେନ୍ସ ନାଁରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଜଳଖିଆ ଦୋକାନ, ହୋଟେଲ ଓ ବ୍ୟବସାୟିକ ଅନୁÂାନକୁ ଠକିଥିବା ଅଭିଯୋଗରେ ପୁଲିସ ଆଜି ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବାଉଲିପାଟଣା ଗାଁର ସୁଶାନ୍ତ ନାଗ, କାଲିମେଲା ଥାନା ଏମଭି-୭୮ ଗାଁର କୋଶାର ବାଲା, ଏମପିଭି-୭୧ ଗାଁର ଦୟାମୟ ମଣ୍ଡଳ ଓ ଏମପିଭି-୨୦ ଗାଁର ଅନୁପମ ବର୍ମନ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି । ସୂଚନା ଅନୁଯାୟୀ କାଲିମେଳା ଥାନା ଏମପିଭି-୨୦, ଏମପିଭି-୭୧ ଗାଁ ସହିତ ଅନ୍ୟକିଛି ଗାଁରେ ଥିବା ଜଳଖିଆ ଦୋକାନ ଓ ହେଟେଲମାଲିକଙ୍କୁ ଉପରୋକ୍ତ ଯୁବକମାନେ କିଛିଦିନ ତଳେ ଫୁଡ ଲାଇସେନ୍ସ ଅଛି କି ବୋଲି ପଚାଥିଲେ । ଲାଇସେନ୍ସ ନଥିଲେ ଦୋକାନ ବନ୍ଦ କରି ଦେବାକୁ ଚେତାବନୀ ଦେଇଥିଲେ । ପରେ ଲାଇସେନ୍ସ ଦେବା ନାଁରେ ସମ୍ପୃକ୍ତ ଦୋକାନୀଙ୍କ ଠାରୁ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଠକି ନେଇ ପଳାଇଯାଇଥିଲେ । ଏସମ୍ପର୍କରେ ଦୋକାନୀମାନେ କାଲିମେଳା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।


Comments are closed, but trackbacks and pingbacks are open.