ବଡ଼ଦେଉଳରେ ବେଣ୍ଟ ନୀତି

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବଡ଼ଦେଉଳରେ ବୁଧବାର ବେଣ୍ଟ ନୀତି ଅନୁÂିତ ହୋଇଛି । ମୃଗ ଶିକାର କରିଛନ୍ତି ମହାପ୍ରଭୁ । ବଡ଼ଦାଣ୍ଡସ୍ଥିତ ଜଗନ୍ନାଥବଲ୍ଲଭ ମଠରେ ଏହି ନୀତି ହୋଇଛି । ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀରାମଚନ୍ଦ୍ର ମଠରେ ବିଜେ ହୋଇଥିଲେ । ଠାକୁରଙ୍କ ପକ୍ଷରୁ ଲେଙ୍କା ସେବକ ଶର ବିନ୍ଧି ବେଣ୍ଟ ନୀତି ସମ୍ପନ୍ନ ହୋଇଥିଲା ।
ସକାଳୁ ବେଣ୍ଟ ନୀତି ପାଇଁ ପ୍ରସ୍ତୁତି ହୋଇଥିଲା । ମହାପ୍ରଭୁଙ୍କ ମଙ୍ଗଳାଳତି ସରିଥିଲା ସାଢେ ୬ଟାରେ । ୬ଟା୪୦ ମିନିଟ୍ରେ ଦକ୍ଷିଣି ଘରୁ ଶ୍ରୀରାମଚନ୍ଦ୍ର ସିଂହାସନକୁ ବିଜେ ହୋଇଥିଲେ । ଠାକୁରଙ୍କ ଆଜ୍ଞା ମାଳ ପାଇ ୬ଟା୫୦ରେ ପାଲିଙ୍କିରେ ବିଜେ ହୋଇଥିଲେ । ୭ଟା ୧୦ମିନିଟ୍ରେ ବିମାନବଡ଼ୁ ସେବକଙ୍କ କାନ୍ଧରେ ଜଗନ୍ନାଥବଲ୍ଲଭକୁ ବିଜେ କରିଥିଲେ ଠାକୁରେ । ସେଠାରେ ଭୋଗ, ଆଳତି ଓ ବନ୍ଦାପନା ନୀତି ସରିଥିଲା । ପରେ ପୋଖରୀ କୂଳରେ ବେଣ୍ଟ ନୀତି ହୋଇଥିଲା । ପରମ୍ପରାକ୍ରମେ ୫ଟି ପଇଡ଼କୁ ମୃଗ ଭାବେ ଜ୍ଞାନ କରି ଲେଙ୍କା ସେବକ ଶର ବିନ୍ଧିଥିଲେ । ବେଣ୍ଟ ନୀତି ସରି ସକାଳ ୮ଟା୪୦ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons