
ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ସୋମବାର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲି ଗାଁର ଶୈବପୀଠରେ ପାଳନ କରାଯିବ ଶିବରାତ୍ରୀ । ହେଲେ ମନ୍ଦିରକୁ ଯିବା ଲାଗି ପକ୍କା ରାସ୍ତାଟିଏ ନାହିଁ । ଶିବରାତ୍ରୀକୁ ଆଖିରେ ରଖି ଗାଁର ଯୁବକମାନେ ମାଟି ଓ ମୋରୁମ ପକାଇ ରାସ୍ତା ନିର୍ମାଣ କରିଛନ୍ତି । ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗାଁର ମୁଖ୍ୟରାସ୍ତାରୁ ଶହେ ମିଟର ଦୂରରେ ରହିଛି କାଦମଲ୍ଲି ଗାଁର ଶିବ ମନ୍ଦିର । ମନ୍ଦିରକୁ ଯିବାକୁ ହେଲେ ଆବୁଡାଖାବୁଡା ଓ ପଥୁରିଆ ରାସ୍ତା ଦେଇ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯିବା ଆସିବା କରୁଥିଲେ । ଏହି ରାସ୍ତା ଦେଇ ଯିବା ବେଳେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ । ଆଗକୁ ଗାଁର ଶିବମନ୍ଦିରରେ ଶିବରାତ୍ରୀ ପାଳନ କରାଯିବ । ଭକ୍ତଙ୍କ ସୁବିଧା ପାଇଁ ଆଜି କାଦମଲ୍ଲି ଶିବ ମନ୍ଦିର କମିଟି ପକ୍ଷରୁ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଓ ଜେସିବି ଦ୍ୱାରା ମାଟି ଓ ମୋରୁମ ପକାଇ ରାସ୍ତା ସମତୁଲ କରାଯାଇଛି । ଏହି କାର୍ଯ୍ୟରେ କମିଟିର ଯୁବକମାନେ ସାମିଲ ହୋଇ କାହା ଉପରେ ଭରସା ନକରି ନିଜେ ଏହି ରାସ୍ତା ନିର୍ମାଣ କହିଥିବା କହିଛନ୍ତି । ଯୁବଗୋÂୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ଶିବ ମନ୍ଦିର କମିଟିରେ କାଦମଲ୍ଲି ଗାଁର ଯୁବଗୋÂୀଙ୍କ ସମେତ ସାରିଆପଡା, କାଟରଗଡିଆପଡା, ଭାଲୁକନାଡି ଗାଁର ଯୁବକମାନେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.