ନାଚଗୀତରେ ଅଙ୍ଗନବାଡ଼ି ଦିଦିଙ୍କ ଶିକ୍ଷାଦାନ

Get real time updates directly on you device, subscribe now.

ଚନ୍ଦାହାଣ୍ଡିି,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଦିଦିଙ୍କ ସହ ନାଚଗୀତ, ବ୍ୟାୟାମ କରି ମସଗୁଲ ହେଉଛନ୍ତି ଶିଶୁ । ପାଠ ବି ପଢୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଗାଉଁଟିଆଗୁଡା କେନ୍ଦ୍ରର ଅଙ୍ଗନବାଡି କେନ୍ଦ୍ରରେ । ନାଚଗୀତ ଜରିଆରେ ଛୋଟଛୋଟ ପିଲାଙ୍କୁ ନାନା କଥା ଶିଖାଉଥିବା ଏହି ଦିଦି ହେଲେ କାଳୀରାଣୀ ଘୋଷ । ଦିଦିଙ୍କ ଏହି ଉଦ୍ୟମକୁ ଶିଶୁମାନଙ୍କ ଅଭିଭାବକଙ୍କ ସହ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି । ଭିକ୍ଷା ସରପଞ୍ଚ ରକ୍ଷୀରାମ ବଂଜରା ଦିଦିଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଦିଦିଙ୍କ ଏଭଳି ପାଠପଢା ପ୍ରତି ପିଲାମାନେ ଆଗ୍ରହ ଦେଖାଇ କେନ୍ଦ୍ରମୁହାଁ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଏହି କେନ୍ଦ୍ରପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ କହିଛନ୍ତି । କେନ୍ଦ୍ରରେ ମୋଟ ୫୦ ଜଣ ଶିଶୁ ପ୍ରାକ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଛନ୍ତି । ଶ୍ରୀମତୀ ଘୋଷ ପିଲାଙ୍କୁ ପାଠ ପଢାଇବା ସହ ସ୍ୱଚ୍ଛତା, ପରିଚ୍ଛନ୍ନତା ସମ୍ପର୍କରେ ବୁଝାଉଛନ୍ତି । କେନ୍ଦ୍ରକୁ ଅଧିକ ଖେଳନା ଯୋଗାଇ ଦେବାକୁ ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରତି ପିଲାଙ୍କୁ ଆକୃÂ କରିବାକୁ ନାଚଗୀତ ଉତ୍ତମ ମାଧ୍ୟମ ବୋଲି ଦିଦି ଶ୍ରୀମତୀ ଘୋଷ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons