ବ୍ରାଉନସୁଗର ଜବତ, ଯୁବକ ଗିରଫ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥମିବାର ନାଁ ନେଉନି ବେଆଇନ୍ ବ୍ରାଉନ୍ସୁଗର କାରବାର । ଏହି ମାରାତ୍ମକ ନିଶା ଏବେ ଗଳିକନ୍ଦିରେ ମିଳୁଛି । ଶନିବାର ପୂର୍ବାହ୍ଣରେ ନାଲ୍କୋ ଥାନା ପୁଲିସ୍ ଚଢ଼ାଉ କରି ୪ ଗ୍ରାମ୍ରୁ ଊଦ୍ଧ୍ୱର୍ ବ୍ରାଉନ୍ସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ନାଲ୍କୋ ଥାନା କନ୍ୟାବେଡ଼ା ତଳସାହି ଅଞ୍ଚଳର ଅନିଲ ସାହୁ(୨୬) । ଅଭିଯୁକ୍ତ ଅନିଲ୍ ଦୀର୍ଘଦିନ ହେବ ଏହି ଚୋରା କାରବାର କରି ଆସୁଥିଲା । ଅଧିକାଂଶ ସମୟରେ ସେ ନିଜ ପାଖରେ ବ୍ରାଉନ୍ସୁଗର ରଖୁଥିଲା । ଏବଂ କାଡୱାର୍ଡ୍ରେ ମାଗିଲେ ବଢ଼ାଇ ଦେଉଥିଲା । ସେ ଆଜି ପୂର୍ବାହ୍ଣରେ କନ୍ୟାବେଡ଼ାରେ ବ୍ରାଉସୁଗର ବିକୁଥିବା ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ପୁଲିସ୍ ଚଢ଼ାଉ କରି ତଲାସୀ କଲା ବେଳେ ତା’ଠାରୁ ବ୍ରାଉନ୍ସୁଗର ମିଳିଥିଲା । ପୁଲିସ୍ ବ୍ରାଉନ୍ସୁଗର ଜବତ କରିବା ସହ ଅନିଲ୍କୁ ଗିରଫ କରିଥିଲା । ନାଲ୍କୋ ଥାନା ଇଲାକାରେ କିଛି ଯୁବକ ବେଧଡ଼କ ବ୍ୟବସାୟ କରୁଛନ୍ତି । ଫଳରେ ଅଞ୍ଚଳର ଯୁବପିଢ଼ୀ ନିଶାକ୍ରାନ୍ତ ହେଲେଣି । ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଅବସ୍ଥା ସାଂଘାତିକ ହୋଇଯିବ ବୋଲି ତଥ୍ୟଭିଜ୍ଞ ମହଲରେ ମତପ୍ରକାଶ ପାଇଛି । ସେହିପରି ନାଲ୍କୋ ତେନ୍ତଳାହଟିଂରେ ଅବାଧ ମଦ କାରବାର କରୁଥିବା ଗୋପୀନାଥ ମାରାଣ୍ଡିଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ଠାରୁ ୧୦ ଲିଟର ଦେଶୀମଦ ଜବତ କରିଛି । ପ୍ରକାଶଥାଉକି ଗୋପୀନାଥର ନିଜ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ସେ ଦୀର୍ଘଦିନ ଧରି ଏଠାରେ ମଦ କାରବାର କରିଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons