ନାବାଳକ କାତି ଚୋଟରେ ବୃଦ୍ଧ ମୃତ

Get real time updates directly on you device, subscribe now.

ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ): ବିଲକୁ ଫସଲ ଦେଖିବାକୁ ଯାଉଥିଲେ ବୃଦ୍ଧ । ମାତ୍ର ବାଟରେ ଛକି ରହିଥିଲା ମୃତୁ୍ୟ । ନାବାଳକ (୧୬ବର୍ଷ) ବୃଦ୍ଧଙ୍କୁ କାତିରେ ଚୋଟ ପରେ ଚୋଟ ପକାଇ ଅତି ନିର୍ମମ ଭାବେ ହତ୍ୟା କରିଛି । ମୃତକ ଅରଖପୁର ଗ୍ରାମର ପ୍ରସନ୍ନ ନାହାକ (୬୫) । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ଅରଖପୁର ଗ୍ରାମ ନିକଟରେ । ପୁଲିସ ନାଲପୋଇ ବିଲମାଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ନାବାଳକକୁ ଗାଗନାପୁର ଗ୍ରାମରୁ ପୁଲିସ କାବୁ କରି ଥାନାରେ ଅଟକ ରଖିଛି । ହତ୍ୟାରେ ବ୍ୟବହୃତ ଦୁଇଟି କାତି ଜବତ କରିଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ପିଇସୀ ନାନୀଙ୍କୁ ଅଶ୍ଲୀଳ ବ୍ୟବହାର କରୁଥିବାରୁ ଅହସ୍ୟ ହୋଇ ହତ୍ୟା କରିଛି ବୋଲି ନାବାଳକ ଜଣଙ୍କ ପୁଲିସ ଆଗରେ ସ୍ୱୀକାର କରିଛି ।
ଦିନ ପ୍ରାୟ ୨ଟା । ଅରଖପୁର ଗ୍ରାମ ବାଉରୀସାହିର ପ୍ରସନ୍ନ ବିଲକୁ ଫସଲ ଦେଖିବାକୁ ଯାଉଥିଲେ । ଗାଁ ଠାରୁ କିଛି ଦୂର ନାଲପୋଇ ବିଲମାଳ ନିକଟରେ କାତି ଧରି ଛପି ରହିଥିଲା ନାବାଳକ ଜଣଙ୍କ । ଏହି ସମୟରେ ପ୍ରସନ୍ନଙ୍କୁ ପଛରୁ ତାତିରେ ନାବାଳକ ଜଣଙ୍କ ଆକ୍ରମଣ କରିଥିଲା । ଚୋଟ ପରେ ଚୋଟ ପକାଇ ଚମ୍ପଟ ହୋଇଯାଇଥିଲା । ସୁରଥରେ ରହୁଥିବା ବାପା ସହିତ ମୋବାଇଲରେ କଥା ହୋଇ ଗ୍ରାମ ଛାଡ଼ି ଚାଲିଯାଇଥିଲା । ବୃଦ୍ଧଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗ୍ରାମବାସୀ ଦେଖି ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳକୁ ଯାଇ ମୃତ ବୃଦ୍ଧଙ୍କ ଶବକୁ ଜବତ କରି ଡାକ୍ତରଖାନା ପଠାଇ ଦେଇଥିଲା । ନାବାଳକଙ୍କ ମୋବାଇଲ ଟ୍ରାକିଂ କରି ଗାଗନାପୁର ଗ୍ରାମରୁ ନାବାଳକଙ୍କୁ କାବୁ କରିଛି ।
ନାବଳକ ଜଣଙ୍କ ଥାନାରେ ଦେଇଥିବା ବୟାନ ଅନୁଯାୟୀ, ବୃଦ୍ଧ ପ୍ରସନ୍ନ କିଛି ଦିନ ହେଲା ଅଭିଯୁକ୍ତ ନାବାଳକଙ୍କ ପିଇସୀ ନାନୀଙ୍କୁ ଅଶ୍ଲୀଳ ବ୍ୟବହାର କରିଥିଲେ । ଏଥିରେ ପରିବାର ଲୋକ ପ୍ରତିବାଦ କଲେ ଜୀବନରେ ମାରିଦେବାକୁ ଧମକ ଚମକ ଦେଉଥିଲେ । ଏହାକୁ ନେଇ ନାବାଳକ (ପୁତୁରା) ପ୍ରସନ୍ନଙ୍କୁ ରାସ୍ତାରୁ ସଫା କରିଦେବା ପାଇଁ ସ୍ଥିର କରିଥିଲା । ପ୍ରସନ୍ନ ବିଲକୁ ଯିବା ସମୟରେ ଆକ୍ରମଣ କରିଥିବା ଜେରା ସମୟରେ ନାବାଳକ ଜଣଙ୍କ କହିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons