
ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ): ଏକ ସ୍କୁଲର ପାଚେରି ନିର୍ମାଣରେ ନିମ୍ନମାନର କାମକୁ ନେଇ ପଟ୍ଟାମୁଣ୍ଡାଇ ସହରରେ ଦୁଇ ଗୋÂୀ ମୁହାଁମୁହିଁ ହୋଇଛନ୍ତି । ଟେକାପଥର ମାଡ଼ ସାଙ୍ଗକୁ ମାର୍ପିଟ୍ ହେବାରୁ ଏଥିରେ ଉଭୟ ପକ୍ଷରୁ ପ୍ରାୟ ୧୫ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇଛନ୍ତି । ସଂଖ୍ୟାଲଘୁ ଗୋÂୀରୁ ୩ ଜଣ ଏବଂ ଦଳିତ ବର୍ଗର ୧୨ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ପୁଲିସ କହିଛି ।
ତେବେ ପୁଲିସ ପ୍ରତିଷେଧମୂଳକ ପଦକ୍ଷେପ ନ ନେବା ହେତୁ ହିଁ ଆଜି ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଥାନାରେ ଉଭୟ ଗୋÂୀ ପକ୍ଷରୁ ଏତଲା ଦିଆଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରା ଯାଇନଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଗୋÂୀ ଆଜି ଟାୟାର୍ ଜାଳି ରାସ୍ତାରୋକ କରିବା ସହ ପ;ାମୁଣ୍ଡାଇ ଥାନା ଘେରାଉ କରିଥିଲେ । ସହରରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ଏହି ଘଟଣାକୁ ନେଇ ଆଜି ଦିନ ତମାମ ସହରର ଦୋକାନବଜାର ବନ୍ଦ ରହିଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ସନ୍ଧ୍ୟାରେ ଅତିରିିକ୍ତ ଏସ୍ପି ଗାଗାରିନ୍ ମହାନ୍ତି, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ;ାମୁଣ୍ଡାଇ ଥାନାରେ ପହଞ୍ଚି ପରିସ୍ଥିିତିର ସମୀକ୍ଷା କରିଛନ୍ତି । ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି ।
ମିଳିଥିବା ସୂଚନା ମୁତାବକ ତିନି ଦିନ ତଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୧ ନମ୍ବର ୱାର୍ଡରେ ଥିବା ଉର୍ଦ୍ଧୁ ସ୍କୁଲର ପାଚେରି ନିର୍ମାଣକୁ କେନ୍ଦ୍ର କରି ଦଳିତ ସାହି ଓ ସଂଖ୍ୟାଲଘୁ ଗୋÂୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶୁକ୍ରବାର ସଂଧ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟର କେତେକ ଯୁବକ ଦଳିତମାନଙ୍କୁ ଆକ୍ରମଣ ସହିତ ଟେକାମାଡ଼ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୁରୁଷୋତ୍ତମ ମଳିକଙ୍କ ଗର୍ଭବତୀ ପନôୀ ମଞ୍ଜୁଲତାଙ୍କ ପେଟରେ ଇଟା ବାଜିଥିଲା, ସେ ଗୁରୁତର ଆହତ ହୋଇଥିଲେ । ସେହିପରି କରୁଣାକର ମଳିକଙ୍କ ପୁଅ ଆଶିଷ ଗତକାଲି ଉକ୍ତ ରାସ୍ତା ଦେଇ କାର୍ ନେଇ ଯାଉଥିବା ବେଳେ ତାଙ୍କୁ ଅପର ଗୋÂୀର ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ମାଧବ ମଳିକଙ୍କ ପୁଅ ବଳରାମ ଶୁକ୍ରବାର ଦିନ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ଗାଳିଗୁଲଜ କରି ଅଟକ ରଖିଥିବା ମଧ୍ୟ ଦଳିତ ସାହିର ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟ ଗୋÂୀର ୧୫/୨୦ ଜଣ ଯୁବକ ଦଳିତଙ୍କ ଉପରେ ଆକ୍ରମଣ କରିବା ଘଟଣାର ପ୍ରତିବାଦରେ ଶନିବାର ସକାଳେ ଦଳିତମାନେ ଥାନା ଘେରାଉ କରିବା ସହିତ ପଟ୍ଟାମୁଣ୍ଡାଇ କେନାଲ ପୋଲ ଛକ ଡାକବଙ୍ଗଳା ଛକରେ ଟାୟାର ଜାଳି, ବାଉଁଶ ବାନ୍ଧି ରାସ୍ତାରୋକ କରିଥିଲେ । ପଟ୍ଟାମୁଣ୍ଡାଇ ବଜାରରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ ମଧ୍ୟାହ୍ନରେ ଉତ୍ତେଜନା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଧାରଣାରତ ଦଳିତମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ସମୟରେ ବି ୫୦ରୁ ଅଧିକ ଯୁବକ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଦଳିତମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ଦେଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଏନେଇ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି । ଗଣ୍ଡଗୋଳର ଆଶଙ୍କା ଥିବାରୁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଧାରଣାକାରୀମାନେ ବସି ରହିଥିଲେ । ଏହି ଘଟଣାରେ ୫୦ ଜଣଙ୍କ ନାଁରେ ଦଳିତ ସଂଘ ପକ୍ଷରୁ ଜୟରାମ ମଲିକ ଏତଲା ଦାୟର କରିଛନ୍ତି । ସେହିପରି ଅନ୍ୟ ଗୋÂୀ ପକ୍ଷରୁ ମଧ୍ୟ ଦଳିତମାନଙ୍କ ନାଁରେ ଏତଲା ଦାଏର କରାଯାଇଛି । ପୁଲିସ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବଜାରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି । ଉଭୟ ସାହିର ମୁରବିମାନଙ୍କୁ ନେଇ ବୈଠକ ବସି ଘଟଣାର ସମାଧାନ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ କହିଛନ୍ତି । ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.