ୟୁପିରୁ ଫେରିଲେ ନିର୍ଯାତିତା କୁନିଝିଅ ସୁହାନି

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବାପା-ମା’ ପରିତ୍ୟକ୍ତା କୁନିଝିଅ ସୁହାନି ଜେନା ଆଜି ନିଜ ଜନ୍ମମାଟି କେନ୍ଦ୍ରାପଡ଼ାକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଦୁଇଜଣିଆ ଟିମ୍ ଦିଲ୍ଲୀକୁ ଯାଇ ସୁହାନିଙ୍କୁ ଆଣି ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ତାଙ୍କୁ ଆବାସିକ କାର୍ଯ୍ୟାଳୟଠାରେ ଖେଳଣା, ପଢ଼ା ଉପକରଣ, ସ୍କୁଲ ବ୍ୟାଗ୍, ଚକୋଲେଟ ଆଦି ଉପହାର ଦେଇ ସ୍ୱାଗତ କରିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପରାମର୍ଶରେ ତାଙ୍କୁ ଗରଦପୁର ବ୍ଲକ୍ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ପରିଚାଳିତ ଶିଶୁ ପ୍ରଯନô କେନ୍ଦ୍ର (ସିସିଆଇ)ରେ ସାମୟିକ ଭାବରେ ରଖାଯାଇଛି । ସିସିଆଇ ଏବେ ସୁହାନିଙ୍କ ନୂଆ ଠିକଣା ପାଲଟିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅଧୀନ ଦେଉଳତରା ଗ୍ରାମର ସନ୍ତୋଷ ଜେନାଙ୍କ ଦୁଇ ଝିଅ । ସୁହାନି ସାନ । ସନ୍ତୋଷ ଦିଲ୍ଲୀରେ କାମ କରୁଥିବା ବେଳେ ସପରିବାର ରହୁଥିଲେ । ହସଖୁସିରେ ସଂସାର ଚାଲିଥିବାବେଳେ ଅଚାନକ ଦିନେ ସୁନାହିଙ୍କ ମା’ ନିଖୋଜ ହୋଇଯାଇଥିଲେ । ତା’ ପରଠାରୁ ଯେମିତି ପରିବାର ଉପରେ ଦୁଃଖର କଳାବାଦଲ ମାଡ଼ି ଆସିଥିଲା । ସନ୍ତୋଷ ପରେ ଦିଲ୍ଲୀରେ ରହୁଥିବା ନିଜ ବଡ଼ଭଉଣୀଙ୍କ ପାଖରେ ସୁହାନିକୁ ଆଉ ନିଜ ଶ୍ୱଶୂର ଘରେ ବଡ଼ଝିଅକୁ ଛାଡ଼ିଦେଇ ନିଜ ଉପରୁ ସେମାନଙ୍କ ଲାଳନପାଳନ ଦାୟିତ୍ୱ ଖସାଇ ଦେଇଥିଲେ । ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ଏଣେ ସୁହାନି ଅସହାୟା ହୋଇଯାଇଥିଲେ । ସୁହାନିଙ୍କୁ ତାଙ୍କ ପିଉସାପିଉସୀ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ତାଙ୍କୁ ଘରକାମରେ ଲଗାଇଥିଲେ । ଯନ୍ତ୍ରଣାମୟ ହୋଇପଡ଼ିଥିଲା ତାଙ୍କ ଜୀବନ । ହେଲେ ଆର୍ଥିକ ଅନଟନ କାରଣରୁ ସୁହାନିଙ୍କୁ କୋଳେଇ ନେବାକୁ ଦେଉଳତରାରେ ଥିବା ତାଙ୍କ ଜେଜେ ଓ ଜେଜେମା’ ନିଜ ଅକ୍ଷମତା ପ୍ରକାଶ କରିଥିଲେ । ବାପା, ଜେଜେ, ଜେଜେମା’ କେହି ତାଙ୍କର ଦେଖାଶୁଣା କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସୁହାନି କେଉଁଠି ରହିବେ, କ’ଣ କରିବେ କ’ଣ ହେବ ତାଙ୍କ ଭବିଷ୍ୟତ ସେନେଇ ସେ ଚିନ୍ତାରେ ପଡ଼ିଯାଇଥିଲେ । ସୁହାନି ପଢ଼ୁଥିବା ସ୍କୁଲର ଶିକ୍ଷକ ଏ ବାବଦରେ ଜାଣିବା ପରେ ତାଙ୍କ ଅଭିଯୋଗ କ୍ରମେ ସୁହାନିଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ସୁହାନି ତାର ସ୍କୁଲ ଶିକ୍ଷକଙ୍କୁ ନିର୍ଯାତନାର କାହାଣୀ ଜଣାଇବା ପରେ ସ୍କୁଲ ଶିକ୍ଷକ ସ୍ଥାନୀୟ ଶିଶୁ ମଙ୍ଗଳ ସମିତିକୁ ଜଣାଇ ତାଙ୍କ ମୁକ୍ତିର ବାଟ କାଢ଼ିଥିଲେ ।
୨୦୧୯ ଶେଷ ଆଡକୁ ଚାଇଲ୍ଡ ଲାଇନ ତାଙ୍କୁ ଉଦ୍ଧାର କରିବା ସହ ଉତ୍ତରପ୍ରଦେଶର ସାଇକୃପା ବାଳଶ୍ରମରେ ନେଇ ଛାଡ଼ିଥିଲା । ସେସିନଠାରୁ ସାଇକୃପା ସୁହାନିଙ୍କ ଠିକଣା ପାଲଟିଥିଲା । ପରେ ସେଠାକାର ଚାଇଲ୍ଡଲାଇନ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଅବଗତ କରିଥିଲେ । ନୂଆଦିଲ୍ଲୀସ୍ଥିତ ଅବାସିକ ଆୟୁକ୍ତଙ୍କ ଦୃଷ୍ଟିକୁ ଘଟଣା ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ୨୦୨୦ ଜାନୁଆରୀରେ ସୁହାନିଙ୍କ ଥଇଥାନ ପାଇଁ ପତ୍ର ଲେଖିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ରାଜକନିକା ବ୍ଲକ୍ ଦେଉଳତରା ଗ୍ରାମକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ତାଙ୍କୁ ନିଜ ଜନ୍ମମାଟିକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲା । ୨୦୨୦ ମାର୍ଚ୍ଚ ମାସରେ ତାଙ୍କୁ ଫେରାଇବା ପାଇ ଦିଲ୍ଲୀ ଶିଶୁ ମଙ୍ଗଳ କମିଟି ନିଦେ୍ର୍ଧଶ ଦେଇଥିଲେ ମଧ୍ୟ କୋଭିଡ୍ ସଂକ୍ରମଣ କଟକଣା ପାଇଁ ଏହା ସ୍ଥଗିତ ଥିଲା । ଏହା ପରେ ଶିଶୁ ସୁରକ୍ଷା ୟୁନିଟ୍ର ପୂର୍ଣ୍ଣଚନ୍ଦ୍ର ମଲିକ ଓ ଶିଶୁ ମଙ୍ଗଳ ସମିତିର ଲଳିତାଞ୍ଜଳି ଦାସ ମାର୍ଚ୍ଚ ୧୪ରେ ଦିଲ୍ଲୀ ଯାଇ ସୁହାନିଙ୍କୁ ଆଣିବାର ବ୍ୟବସ୍ଥା କରିଥିଲେ । ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାଶ, ସଭ୍ୟା ଲଳିତାଞ୍ଜଳି ଦାଶ, ସ୍ମିତାଞ୍ଜଳି ମହାପାତ୍ର, କିଶୋର ଚନ୍ଦ୍ର ସ୍ୱାଇଁ, ଶିଶୁ ସୁରକ୍ଷା ୟୁନିଟ୍ର ବାଦଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସଂଯୋଜନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons