୫ ଯବାନ ସହିଦ, ୧୫ ଆହତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଛତିଶଗଡର ନାରାୟଣପୁର ଜିଲ୍ଲାରେ ମାଓବାଦୀମାନେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଆରଜି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍୍କୁ ଉଡାଇ ଦେଇଛନ୍ତି । ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ସେଠାରେ କମ୍ବିଂ ଅପରେସନ୍କୁ ଜୋର୍ଦାର କରାଯାଇଛି । ଆହତ ଓ ଗୁରୁତର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନାରାୟଣପୁର ଏସ୍ପି ମୋହିତ ଗର୍ଗଙ୍କ ସୂଚନା ଅନୁସାରେ ଜିଲ୍ଲାର ଅବୁଜମାଦ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ ସାରି ପ୍ରାୟ ୪୦ ଜଣ ଯବାନ ଏକ ବସ୍ରେ ଫେରୁଥିଲେ । ସେମାନେ ଗନ୍ତବ୍ୟ ସ୍ଥଳ ଠାରୁ ୫୫ କି.ମି. ପୂର୍ବରୁ ମାଓବାଦୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ବସ୍ଟି କଡେନାଡ ଅଞ୍ଚଳରେ ଥିବା ଏକ ଛୋଟ ପୋଲ ଅତିକ୍ରମ କରୁଥିଲା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ । ଫଳରେ ବସ୍ଟି ଉଡିଯାଇ ପୋଲ ତଳେ ପଡିଥିଲା । ଘଟଣାସ୍ଥଳରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ହେଡ୍ କନ୍ଷ୍ଟେବଳ ଜୟିଲାଲ ଉଇକେ, କରନ ଦେହରୀ (କନଷ୍ଟେବଳ ଡ୍ରାଇଭର), କନଷ୍ଟେବଳ ସେବକ ସଲାମ, ପବନ ମାଣ୍ଡଭି ଏବଂ ବିଜୟ ପଟେଲ । ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ରାୟପୁରକୁ ଏୟାରଲିପ୍ଟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons