ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ

Get real time updates directly on you device, subscribe now.

ପିପିଲି: ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ସେ ବାପା-ମାଆଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଥିଲେ। ପରେ ବୀରଗୋବିନ୍ଦୁର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ। ସେଠାରେ ମାଆଙ୍କ ଆଶୀର୍ବାଦ ନେଇ ପିପିଲ ଶଙ୍କଟମୋଚନ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚାନା କରିଥିଲେ।
ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆଶ୍ରିତ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ପୁରୀ ଅତିରିକ୍ତ ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ଅଭିମୁଖେ ଯାଇଥିଲେ। ସେଠାରେ ପ୍ରାର୍ଥିପତ୍ର ଦେଖଲ କରିଥିଲେ। ଏହି ସମୟରେ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ଦାସ ମହାପାତ୍ର, ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର, ନିମାପଡ଼ା ବିଧାୟିକା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପ-ସଭାପତି ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons