ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ

Get real time updates directly on you device, subscribe now.

କରଞ୍ଜିଆ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା। ସୋମବାର ଅପରାହ୍ନ ୪ଟା ସମୟରେ ସିଙ୍ଗଡା ସପ୍ତାହିକ ହାଟରୁ ନିଜ ଘର ସୁନାପୋଷି ଗ୍ରାମକୁ ଯାଉଥିବା ବେଳେ ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ଦ୍ରୁତଗତିରେ ଆସି ମହିଳାଙ୍କ ଉପରେ ମାଡିଯାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଫଳରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।ତେବେ ଘଟଣାସ୍ଥଳରେ କିଛି ଲୋକ ଟ୍ରକକୁ ଦେଖି ଅଟକାଇବା ପାଇଁ ଚେଷ୍ଟା କରିଥିଲେ ବି ଦ୍ରୁତଗତିରେ କେନ୍ଦୁଝର ପଟକୁ ଚାଲିଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ବେଳେ ଉତ୍ତ୍ୟକ୍ତଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି । ତେବେ ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚିଥିଲେ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons