ଯୁବକଙ୍କୁ ଟେକିନେଇ ନିସ୍ତୁକ ମାଡ଼

Get real time updates directly on you device, subscribe now.

ବଲାଙ୍ଗିର: ଯୁବକଙ୍କୁ ସହର ଭିତରୁ ଟେକିନେଲେ ନିଶା ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ରୁଗୁଡିପଡାର ଅମିତ ନନ୍ଦ ବୋଲି ଜଣାପଡିଛି । ଆଜି ଅପରାହ୍ନ ୩ଟା ବେଳେ ଅମିତ ହୋଲି ଖେଳି ଘରକୁ ଫେରୁଥିବା ସମୟରେ ନିଶା ମାଫିଆ ସାନ ନେଗି, ପ୍ରଶାନ୍ତ ଖେତୀ, କାହ୍ନା ମିଶ୍ର ସମେତ ୬ ଜଣ ତାଙ୍କୁ କନ୍ଧପାଲି ପଡାରୁ ଏକ ସ୍କର୍ପିଓରେ ଟେକି ନେଇଥିଲେ।
ଦୀର୍ଘ ୪ ଘଣ୍ଟା ଧରି ନିସ୍ତୁକ ମାଡ଼ ମାରିବା ପରେ ଆଣି ରୁଗୁଡିପଡା ସ୍ଥିତ ଘରେ ଆଣି ଛାଡି ଦେଇଥିଲେ। ଆହତ ଅମିତ ନିଶା କାରବାର ସମ୍ପର୍କରେ ପୁଲିସକୁ ଖବର ଦେଉଥିବା କହି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ପରେ ତାକୁ ମାଡ ମାରି ଏକ ଭିଡିଓ କରି ନିଜେ ନିଶା କାରବାର କରୁଥିବା ସ୍ବୀକାର କରିବାକୁ କହିଥିବା ଅମିତ ଅଭିଯୋଗ କରିଛନ୍ତି। ପୁଲିସକୁ କହିଲେ ମାରିଦେବେ ବୋଲି କହିଥିବା ଅମିତ୍ ଅଭିଯୋଗ କରିଛନ୍ତି । ସଂଧ୍ୟାରେ ଅମିତ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons