ଗର୍ଭବତୀ ମହିଳାଙ୍କୁ ୩ କି.ମି ଚଲାଇଲେ ମହିଳା ପୁଲିସ୍‌ ଅଧିକାରୀ, ଶେଷରେ ନିଲମ୍ବିତ ‌

Get real time updates directly on you device, subscribe now.

ମୟୂରଭଞ୍ଜ(ଘାସିରାମ ବେହେରା): ପୁଲିସ୍‌ ଭୁଲିଗଲା ମାନବିକତା। ହେଲମେଟ ଚେକିଂ ଆଳରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ଅନୁକମ୍ପା ଜଣାଇବାକୁ ଭୁଲିଗଲେ ମହିଳା ପୁଲିସ୍‌ ଅଫିସର । ଫଳରେ ତିନି କିଲୋମିଟର ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ ମହିଳା। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ଘଟଣାର ତଦନ୍ତ କରି ମୟୂରଭଞ୍ଜ ଏସ୍‌ପି ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନା ଅନୁଯାୟୀ, ଶରତ ଥାନା ଅଂଚଳର ବିକ୍ରମ ବିରୁଲି ଗତକାଲି ନିଜ ୮ ମାସର ଗର୍ଭବତୀ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକ୍‌ରେ ନେଇ ଚେକଅପ‌୍‍ ନିମନ୍ତେ ଉଦଳା ଯାଉଥିଲେ। ହେଲେ ଶରତ ଛକ ନିକଟରେ ସ୍ଥାନୀୟ ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ସେଠାରେ ବିକ୍ରମ ଅଟକିଥିଲେ। ପୁଲିସ୍‌ ବିକ୍ରମଙ୍କର ହେଲମେଟ ଚେକିଂ କରିବା ସହିତ ଗାଡିର କାଗଜପତ୍ର ଯାଂଚ କରିଥିଲା। ବିକ୍ରମ ହେଲମେଟ ପିନ୍ଧିଥିବା ବେଳେ ତାଙ୍କ ଗାଡିର ସମସ୍ତ କାଗଜପତ୍ର ଠିକ‌୍‍ ଥିଲା। ହେଲେ ତାଙ୍କ ସ୍ତ୍ରୀ ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୁଲିସ୍‌ ଚାଲାଣ କାଟିଥିଲା। ଏହି ସମୟରେ ତାଙ୍କ ନିକଟରେ ଟଙ୍କା ନ ଥିବା ବିକ୍ରମ କହିଥିଲେ। ଏଥିସହ ଅନଲାଇନ୍‌ରେ ଚାଲାଣ ପଇଠ କରିବେ ବୋଲି ସେ କହିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons