
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ସନ୍ତାନଟିଏ ପ୍ରାପ୍ତି ହେବାକୁ ଲୋକେ କେତେକଣ କରୁଛନ୍ତି । ଡାକ୍ତରଖାନାରେ ଟଙ୍କା ଖର୍ଚ୍ଚ ସାଙ୍ଗକୁ ପୂଜାପାଠ କରିବାକୁ ପଛାଉ ନାହାନ୍ତି । ଏପରିସ୍ଥଳେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁ ପୁତ୍ର ଉଦ୍ଧାର ହେବା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କେହି ନିଜ ପାପ କର୍ମ ଲୁଚାଇବାକୁ ଯାଇ ଏହି କାଣ୍ଡ କରିଥିବା ଲୋକେ କହୁଛନ୍ତି । ସ୍ଥାନୀୟ ଲୋକେ ଶିଶୁଟିକୁ ଅଳିଆ ଗଦାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଆବଶ୍ୟକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି ।
ଉମରକୋଟ ପୌରାଞ୍ଚଳ ଏକ ନମ୍ବର ୱାର୍ଡ ଡିଏନକେ କଲୋନିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳକୁ ପାଣି ଦେବାକୁ ଯାଉଥିବାବେଳେ ମଣିମାଳା ନାମକ ଜଣେ ମହିଳା ପିଲାଟିର କାନ୍ଦ ଶୁଣିଥିଲେ । ପାଖରେ ଥିବା ଅଳିଆ ଗଦାଆଡୁ କାନ୍ଦ ଶୁଭୁଥିବାରୁ ସେଠାକୁ ଯାଇଥିଲେ । ଅଳିଆ ଗଦା ଭିତରେ ଶିଶୁଟି ପଡି କାନ୍ଦୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତୁରନ୍ତ ସେ ଆଖପାଖ ଲୋକଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ସମସ୍ତେ ମିଳିତଭାବେ ଶିଶୁଟିକୁ ଅଳିଆ ଭିତରୁ ଉଦ୍ଧାର କରିଥିଲେ । ପିଲାଟିର ଦେହସାରା ପିମ୍ପୁଡି ଲାଗିଥିବାରୁ ପ୍ରଥମେ ସଫା କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତୁରନ୍ତ ଶିଶୁଟିକୁ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ନବଜାତ ଶିଶୁ ଯତ୍ନ ବିଭାଗରେ ପିଲାଟିକୁ ରଖାଯାଇ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଉଦ୍ଧାର ବେଳେ ପିଲାଟିର ଓଜନ ୧ କିଲୋ ୬୫୦ ଗ୍ରାମ ରହିଥିଲା । ଚିକିତ୍ସା ପରେ ପିଲାଟିର ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି । ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁକୁ କେହି ପକାଇ ଦେଇ ଚାଲିଯିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ତଦନ୍ତ ଓ ଦୃଢ କାର୍ଯ୍ୟାନୁÂାନ ଦାବି କରିଛନ୍ତି । ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସିଡବ୍ଲୁ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ।
Comments are closed, but trackbacks and pingbacks are open.