
ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ପ୍ରଥମ ମଙ୍ଗଳବାର ଯାତ୍ରା ୨ ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ଜନସମୁଦ୍ର ପାଲଟିଗଲା ତାରାତାରିଣୀ ପୀଠ । କୋଭିଡ୍ କଟକଣାକୁ ଖାତିର ନକରି ଭକ୍ତମାନେ ମାନସିକ ପୂରଣ କରୁଥିବା ଦେଖିବାକୁ ମିଳିଥିଲା ।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗତକାଲିଠାରୁ ପ୍ରାୟ ୯୫ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସମସ୍ତ ସେବାୟତମାନେ ଆଜି ପୂଜାବିଧି କରି ଯାତ୍ରାରେ ପୂର୍ଣ୍ଣ ସହଯୋଗ କରିଥିଲେ । ମନ୍ଦିର ଉପରି ଭାଗରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମନ୍ଦିର ଉପରି ଭାଗକୁ ସିଂହଦ୍ୱାର ଦେଇ ୯୯୯ ପାହାଚ ଚଲା ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । କେବଳ ୧୦ଟି ବସ୍ ଦ୍ୱାରା ଭକ୍ତମାନେ ଉପରୁ ଯିବା ଆସିବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଉପରକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ପ୍ରବଳ ଖରାରେ ଅପେକ୍ଷା କରୁଥିଲେ । ରାତ୍ର ସାଢେ଼ ୨ଟାରେ ମନ୍ଦିର ଦ୍ୱାର ଫିଟା ନୀତି ଆରମ୍ଭ କରାଯାଇ ମଙ୍ଗଳ ଆଳତି, ଅବକାଶ ନୀତି, ମାଜଣା, ଅଭିଷେକ, ଶୃଙ୍ଗାର ନୀତି କରାଯାଇ ୫ଟା ୪୦ରେ ମା’ତାରାତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇ ଥିଲା । ଭୋର ୪ଟାରେ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ମାନସିକଧାରୀମାନଙ୍କୁ ମୁଣ୍ଡନ କରି ମା’ଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଭକ୍ତମାନେ ଅପେକ୍ଷା କରିଥିଲେ । ପ୍ରଶାସନ ପକ୍ଷରୁ ଭୋଗ କରିବା ପାଇଁ ବାରଣ ସତ୍ତେ୍ୱ ଭକ୍ତମାନେ ଯିଏ ଯେଉଁଠି ପାଇଲା ଭୋଗ କରି ପୂଜାର୍ଚ୍ଚନା କରିଛନ୍ତି । ଲୁଚାଛପାରେ କେତେକ ସ୍ଥାନରେ ଭୋଜି ଭାତର ଆସର ଦେଖିବାକୁ ମିଳିଥିଲା । ପାନୀୟ ଜଳର ସୁଷମ ଆବଣ୍ଟନ ପାଇଁ ଅସ୍ଥାୟୀ ଷ୍ଟାଣ୍ଡ୍ ପୋଷ୍ଟର ଘୋର ଅଭାବ ଯୋଗୁଁ ଜନସାଧାରଣ ପାନୀୟ ଜଳ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମ ଏସ୍ପି ବି୍ରଜେଶ ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୩ ଜଣ ଅତିରିକ୍ତ ଏସ୍ପି, ଡିଏସ୍ପି ୪, ଇନ୍ସପେକ୍ଟର ୧୨, ସବ୍-ଇନ୍ସପେକ୍ଟର ୧୮, ଏଏସ୍ଆଇ ୩୨, ୫ପ୍ଲାଟୁନ୍ ଫୋର୍ସ ଓ ୧୮୦ ହୋମ୍ଗାଡର଼୍ ମୁତୟନ କରାଯାଇଥିବା ପୁଲିସ କଣ୍ଟେ୍ରାଲ ରୁମରୁ ସୂଚନା ମିଳିଛି । ଏଥିସହ ସାଧାରଣ ପ୍ରଶାସନ ପକ୍ଷରୁ ୧୦ ଜଣ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମୁତୟନ କରାଯାଇଥିବାବେଳେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ତଦାରଖ କରୁଥିଲେ । ମନ୍ଦିର ତଳଭାଗ ଅର୍ଥାତ ନଦୀ ରାସ୍ତାରେ ମଦ କାରବାର ବିକ୍ରି ହେଉଥିବା ନେଇ ଶୁଣିବାକୁ ମିଳୁଛି । ଅବକାରୀ ଏବଂ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.