ଟ୍ରକ ପଛରେ ପିଟିହୋଇ ବାଇକ୍ ଚାଳକ ମୃତ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ପେଟ୍ରୋଲ ପମ୍ପ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ପଛରେ ପିଟିହୋଇ ଜଣେ ବାଇକ୍ ଚାଳକଙ୍କ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପିପଲଗୁଡ଼ା ଗାଁର ଶାମ ଭତରା । ଗୁରୁତର ହେଲେ ସେହି ଗାଁର ନବୀନ ଭତରା । ଗୁରୁତରଙ୍କୁ ପାପଡ଼ାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତାରେ ଚାଉଳ ବୋଝେଇ ଟ୍ରକ୍ଟି ଯାଉଥିଲା । ଶାମ ଓ ନବୀନ କୌଣସି ବ୍ୟକ୍ତିଙ୍କ ଦଶାହରେ ଯୋଗଦେଇ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ବାଇକ୍ର ବେଗ ଅଧିକ ଥିବାରୁ ନିୟନ୍ତ୍ରଣ ହରାଇ ଏହା ଟ୍ରକ ପଛପଟରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଶାମଙ୍କର ମୃତୁ୍ୟ ହୋଇଥିଲା । ପଛପଟେ ବସିଥିବା ନବୀନ ଗୁରୁତର ହୋଇଥିଲେ । ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବୀନଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଡାକ୍ତରଖାନା ପଠାଇଥିଲା । ଶାମଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭିରେ ଦୁର୍ଘଟଣା ରେକର୍ଡିଂ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons