
କଟକ : ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତ ଗିରଫ । କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ମିଳିଲା ସଫଳତା । ଅଭିଯୁକ୍ତଙ୍କ ଠାରୁ ୭ଟି ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ ହୋଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୂଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟାର ସୁଲେମାନର ହତ୍ୟାକାରୀ ବିଜୟ ନାୟକ ଓ ଜଗା ଦାସ ରହିଛନ୍ତି । ଉଭୟ ବେଲ୍ ରେ ଆସି ବନ୍ଧୁକ କାରବାର ଚଳାଇଥିଲେ । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ଚାଉଳିଆଗଞ୍ଜ ପୋଲିସ ।


Comments are closed, but trackbacks and pingbacks are open.