ଶିଶୁ ମୃତୁ୍ୟକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁର ମୃତୁ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତର ଇଞ୍ଜେକ୍ସନ୍ ଦେବା ପରେ ଶିଶୁର ମୃତୁ୍ୟ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏହାକୁ ନେଇ କିଛି ସମୟ ପାଇଁ ଡାକ୍ତରଖାନାରେ ସେମାନେ ପାଟିତୁଣ୍ଡ କରିଥିଲେ । ପରେ ପରେ ସେମାନଙ୍କ ଗାଁର କିଛି ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜନା ବଢିଥିଲା । ଠିକଣା ସମୟରେ ପୁଲିସ୍ ପହଞ୍ଚି ଇଞ୍ଜେକ୍ସନ୍ ଦେଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ବାହାରକୁ ନେଇଥିଲା ।
ସୂଚନାଥାଉକି, ଡାବୁଗାଁ ବ୍ଲକ୍ ବଡଅଲମା ଗାଁର ପ୍ରଶାନ୍ତ ବିଶୋଇ ଓ ଅମିତା ବିଶୋଇଙ୍କ ୬ ମାସର ଶିଶୁପୁତ୍ର ଶ୍ରୀୟାଂଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା । ପରିବାର ଲୋକେ କହିଛନ୍ତି, ଡାକ୍ତର ଏକ ଇଞ୍ଜେକ୍ସନ୍ ଦେବା ପରେ ଶିଶୁର ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁବାଶିଷ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଶିଶୁଟି ନିମୋନିଆରେ ଗୁରୁତର ରହିଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଥିଲା । ଶିଶୁଟିକୁ ଦେଖିବା ପରେ ଡାକ୍ତର ଏସ୍. ପଟ୍ଟନାୟକ ଇଞ୍ଜେକ୍ସନ୍ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତୁ୍ୟ ହୋଇଥିଲା । ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶିଶୁର ମୃତୁ୍ୟରେ ଡାକ୍ତରଖାନାରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଡାକ୍ତରଖାନା ପରିସର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons