ଗଞ୍ଜେଇ ଚୋରା ଚାଲାଣ ବେଳେ ୬ ଗିରଫ

Get real time updates directly on you device, subscribe now.

ରଣପୁର : ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ । ରଣପୁର ବ୍ଲକ ରାଜସୁନାଖଳାରେ ଚଢାଉ କରି ୩୬୬ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଗୋଟିଏ ଟ୍ରକକୁ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ରହିଛି । ଘଟଣାରେ ୬ଙ୍କୁ ଗିରଫ କରିଛି ପୋଲିସ ।
ବୁଧବାର ରାଜସୁନାଖଳା ରାସ୍ତା କୋଟଗଡ଼ ନିକଟରେ ଚେକିଂ ଚାଲିଥିଲା । ଠିକ୍‌ ଏହି ସମୟରେ ଉତ୍ତରପ୍ରଦେଶ ନମ୍ବର ଥିବା ଏକ ୧୨ଚକିଆ ଟ୍ରକକୁ ଜବତ କରିଥିଲା ପୋଲିସ । ଉକ୍ତ ଗାଡ଼ିକୁ ଯାଞ୍ଚ କରିବାକୁ ୩୬୬ କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଯାହାର ମୁଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ତେବେ ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତ ହେଲେ କାଳନ୍ଦି ଚରଣ ରଣା , ପବିତ୍ର ନାୟକ, ନାରାୟଣ ପରିଡ଼ା , ଭିକାରୀ ସେଠି, ବିନୟ କୁମାର ଓ ଅମରେଶ କୁମାର ବୋଲି ରଣପୁର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons