
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବନ୍ଦ ରହିଥିବା ସ୍ଥାନୀୟ କୋଭିଡ୍ ହସପିଟାଲ୍କୁ ପୁଣିଥରେ ଖୋଲାଯିବ । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେକୌଣସି ମୁହୂର୍ତ୍ତରେ ଏହା କାର୍ଯ୍ୟକ୍ଷମ ହୋଇପାରେ । ତେଣୁ ପ୍ରସ୍ତୁତ ରହିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ସଂକ୍ରମିତ ରୋଗୀଙ୍କ ଲାଗି ବେଡ୍, ଭେଣ୍ଟିଲେଟର ସପୋର୍ଟ ସିଷ୍ଟମ, ଆଇସିୟୁ ବେଡ୍, ଅକ୍ସିଜେନ୍ ସିଲିଣ୍ଡର ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯେଭଳି ମିଳିପାରିବ, ସେସବୁର ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଏ ସମ୍ପର୍କରେ ଗତ ୨ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି, ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଛି । ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଆଗକୁ ଆସୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପରାମର୍ଶ ଦିଆଯାଇଛି । ଆରଟିପିସିଆର ପରୀକ୍ଷା ବଢାଇବା ସହ ଇଲି(ଇନଫ୍ଲୁଏନଜା ଲାଇକ ଇଲ୍ନେସ୍)/ସାରି(ସିଭିୟର୍ ଆକୁ୍ୟଟ୍ ରେସ୍ପିରେଟୋରି ଇନ୍ଫେକ୍ସନ୍) ମାମଲା, ରେଡ୍ ଫ୍ଲାଗ୍ ଜୋନ୍ କିମ୍ବା ରାଜ୍ୟରୁ ଆସୁଥିବା ଲୋକ, କଣ୍ଟାକ୍ଟ ଟ୍ରେସିଂ ବଢାଇବା(ପଜିଟିଭ୍ ରୋଗୀ ପିଛା ୨୫ରୁ ୩୦ ଜଣ) ଏବଂ କଣ୍ଟେନମେଣ୍ଟ ଜୋନ୍ରେ ପରୀକ୍ଷା ବଢାଇବାକୁ ପରାମର୍ଶ ଦିଆଯାଇଛି । ଆଣ୍ଟିଜେନ୍ ପରୀକ୍ଷାରେ ନେଗେଟିଭ୍ ଆସିଥିବା ଲକ୍ଷଣଯୁକ୍ତ ରୋଗୀଙ୍କ ନମୁନା ପୁଣି ଥରେ ଆରଟିପିସିଆର୍ ପରୀକ୍ଷା କରିବାକୁ କୁହାଯାଇଛି । ଜିଲ୍ଲା କଣ୍ଟେ୍ରାଲ ରୁମ୍ କାର୍ଯ୍ୟକ୍ଷମ, ପଜିଟିଭ୍ ରୋଗୀଙ୍କୁ ଆରଆରଟି ଟିମ୍ ଦ୍ୱାରା ମନିଟର, ସଂଗୃହିତ ନମୁନା ଲ୍ୟାବ୍ରେ ପହଞ୍ଚିବା ଏବଂ ରୋଗୀ ସ୍ଥାନାନ୍ତର ଲାଗି ଆମ୍ବୁଲାନ୍ସ ସେବା ପ୍ରସ୍ତୁତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ସମସ୍ତ ଜିଲ୍ଲା ହସପିଟାଲ, ଉପଖଣ୍ଡ ଚିକିତ୍ସାଳୟ, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍ ସପୋର୍ଟ ସିଷ୍ଟମ୍, ଫାବିପିରାଭିର୍ ଔଷଧ ସହ ସମସ୍ତ ପ୍ରକାର ଔଷଧ, ନମୁନା ପରୀକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଏବଂ ପର୍ଯ୍ୟାପ୍ତ ପିପିଇ କିଟ୍ ମହଜୁଦ ରଖିବାକୁ କୁହାଯାଇଛି । ଇଲି/ସାରି ସନ୍ଦିଗ୍ଧ ରୋଗୀଙ୍କ କୋଭିଡ୍ ଚିକିତ୍ସା ଲାଗି ଅଲଗା ଜ୍ୱର କ୍ଲିନିକ୍ , ଆଇସିୟୁ, ଲେବର ରୁମ୍, ଓଟି, କାଜୁଆଲଟି, ଡାୟଲିସିସ୍ ସେବା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତମ ଚିକିତ୍ସା, ଅଧିକ ଚିକିତ୍ସା ଲାଗି ରେଫର କରିବା ଏବଂ ମୃତୁ୍ୟ ଯେଭଳି ନହେବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏଭଳି ନିଦେ୍ର୍ଧଶ ମିଳିବା ପରେ କର୍ତ୍ତୃପକ୍ଷ ତପôରତା ପ୍ରକାଶ କରିଛନ୍ତି । କୋଭିଡ୍ ହସପିଟାଲ୍ କାର୍ଯ୍ୟକ୍ଷମ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।
ସୂଚନାଥାଉକି, ୨୦୨୦ ଏପ୍ରିଲ ୧୩ରେ ପୁରୁଣା ମେଡିକାଲ ପରିସରରେ କୋଭିଡ୍ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଥିଲା । ଯେଉଁଥିରେ ୨୦ଟି ସ୍ୱତନ୍ତ୍ର ଆଇସୋଲେସନ୍ କ୍ୟାବିନ୍ ସହ ମୋଟ ୧୫୦ ଜଣ ରୋଗୀ ଚିକିତ୍ସିତ ହେବା ଲାଗି ସୁବିଧା ରହିଥିଲା । ଗୁରୁତର ରୋଗୀଙ୍କ ଲାଗି ୧୦ଟି ଭେଣ୍ଟିଲେଟର୍ ଏବଂ ୭ଟି ଆଇସିୟୁ ବେଡ୍ ରହିଥିଲା । କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଡିସେମ୍ବର ଶେଷ ସପ୍ତାହରେ ଏହି ହସପିଟାଲକୁ ବନ୍ଦ କରିଦିଆଯାଇଥିଲା । ସେହିପରି ଗତବର୍ଷ ଜୁଲାଇ ୨୩ରେ ପାରାବେଡାରେ ୭୦ ଜଣ ଲକ୍ଷଣ ନଥିବା ରୋଗୀ ଚିକିତ୍ସିତ ହେବାକୁ କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଥିଲା । ରୋଗୀ ସଂଖା କମିବା ପରେ ନଭେମ୍ବର ଶେଷ ସପ୍ତାହରେ ଏହାକୁ ବନ୍ଦ କରିଥିଲା ପ୍ରଶାସନ ।


Comments are closed, but trackbacks and pingbacks are open.