
ପଦ୍ମପୁର,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲା ପଦ୍ମପୁର ବନ ବିଭାଗ ୫୦ହଜାର ଟଙ୍କାର ଶାଗୁଆନ କାଠ ଜବତ କରିଛି । ଖମାପଦର ଗାଁର ଠାକୁରାଣୀ ମନ୍ଦିର ନିକଟରେ ଗଚ୍ଛିତ ଥିବା ୧୩ଖଣ୍ଡ ଶାଗୁଆନ କାଠକୁ ଜବତ କରାଯାଇଥିବା ବନପାଳ ଦାମୋଦର ମିଶ୍ର ସୂଚନା ଦେଇଛନ୍ତି ।
କୌଣସି ସୂତ୍ରରୁ ଖବରପାଇ ବନବିଭାଗ କର୍ମଚାରୀ ଖମାପଦର ଗାଁର ଠାକୁରାଣୀ ମନ୍ଦିର ନିକଟରେ ଚଢଉ କରିଥିଲେ । ସେଠାରେ ଗଚ୍ଛିତ ଥିବା ଶାଗୁଆନ କାଠକୁ ଜବତ କରାଯାଇଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ହେବ ବୋଲି ବନପାଳ ଶ୍ରୀ ମିଶ୍ର କହିଛନ୍ତି । ଏହି ଚଢଉରେ ଶ୍ରୀ ମିଶ୍ରଙ୍କ ସମେତ ଫରେଷ୍ଟଗାର୍ଡ ସନ୍ତୋଷୀ ବାଗ, ନିମାଲ ଆନନ୍ଦ, ତ୍ରିପତି ରଥ, ଲକ୍ଷ୍ମୀଦାଶ ପାଇଟାଳ, ରାମେଶ୍ୱର ସାହୁ, ଚକ୍ରଧର ଗମାଙ୍ଗ ପ୍ରମୁଖ ସାମିଲ ଥିଲେ । ତେବେ କିଏ ଏହି ମୂଲ୍ୟବାନ କାଠ ମନ୍ଦିର ନିକଟରେ ରଖିଥିଲା ତଦନ୍ତ ଚାଲିଥିବା ଶ୍ରୀ ମିଶ୍ର କହିଛନ୍ତି ।


Comments are closed, but trackbacks and pingbacks are open.