
ବାଲିଶଙ୍କରା,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ତିଲଡେ଼ଗା ପଞ୍ଚାୟତରେ ଏକ ଅଘଟଣ ଘଟିଛି । ବାପାର ଟାଙ୍ଗିଆ ଚୋଟରେ ଆଜି ଜଣେ ପୁଅର ମୃତୁ୍ୟ ହୋଇଛି । ମୃତକ ହେଲେ ବ୍ରାହ୍ମଣମରା ଗାଁର ସୁନ୍ଦରସାଏ ମୁଣ୍ଡା (୩୫) । ଅଭିଯୁକ୍ତ ବାପା ରାମ ମୁଣ୍ଡା (୬୨)ଙ୍କୁ ପୁଲିସ୍ କୋର୍ଟଚାଲାଣ କରିଛି ।
ସୂଚନା ଅନୁସାରେ, ରାମଙ୍କର ୩ ପୁଅ ଅଛନ୍ତି । ବଡ଼ ଦୁଇ ପୁଅ ବାହା ହୋଇ ନିଜ ପରିବାର ସହ ରହୁଛନ୍ତି । ରାମ ଓ ବଡ଼ ପୁଅ ସୁନ୍ଦରସାଏ ମଧ୍ୟରେ ବହୁ ସମୟରେ ଝଗଡ଼ା ହେଉଥିଲା । ଗତକାଲି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରାମ ଉତ୍ତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ସୁନ୍ଦରଙ୍କ ମୃତୁ୍ୟ ହୋଇଥିଲା । ସାନ ପୁଅ ଏନେଇ କିଞ୍ଜିରିକେଲା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଏତଲା ଅଧାରରେ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ରାମ ଘରେ ଶୋଇଥିବା ବେଳେ ପୁଲିସ୍ ତାକୁ ଗିରଫ କରିଛି । ମୃତକଙ୍କର ସ୍ତ୍ରୀ, ୩ ଝିଅ ଓ ଜଣେ ପୁଅ ରହିଛନ୍ତି ।


Comments are closed, but trackbacks and pingbacks are open.