
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଦୁଇ ଦିନ ଗଲାନି ଆରଓ ପ୍ଲାଣ୍ଟ । ଅଚଳ ହୋଇଗଲା । ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଦୁଇଦିନ ତଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଏହି ବ୍ୟବସ୍ଥାର ଏପରି ଅବସ୍ଥା ହୋଇଛି । ନେତା ଓ ମନ୍ତ୍ରୀମାନେ ଏଭଳି ପ୍ରକଳ୍ପ ଉଦଘାଟନ କରି ବା ବା ସାଉଁଟୁଥିବାବେଳେ ତଦାରଖ କରିବାକୁ କାହାର ଆନ୍ତରିକତା ରହୁ ନଥିବା ଏହି ଘଟଣାରୁ ପରିଲକ୍ଷିତ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲକ୍ଷାଧିକ ଟଙ୍କାର ଉକ୍ତ ଆର୍ଓ ପ୍ଲାଣ୍ଟ ମେସିନକୁ ଦୁଇଦିନ ତଳେ ଉଦଘାଟନ କରିଥିଲେ । ସୋମବାର ଏହା ଅଚଳ ହୋଇପଡିଛି । ରୋଗୀ ଓ ତାଙ୍କ ସମ୍ପର୍କୀୟ ସ୍ୱଚ୍ଛ ପାଣି ପାଇଁ ହଇରାଣ ହୋଇଛନ୍ତି । ଅନେକ ପାଣି ପାଇଁ ବୋତଲ ଧରି ମେଡିକାଲ ପରିସରରେ ବୁଲୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର ରୂପଶ୍ରୀ ମଧୁମିତା ନାୟକଙ୍କୁ ପଚାରିବାରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.