ବିଦୁ୍ୟତ୍ ଦର ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବିଦୁ୍ୟତ୍ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ବିଦୁ୍ୟତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ଟାଟା ବିଦୁ୍ୟତ୍ ବିତରକ ସଂସ୍ଥା ବିତରଣ ଦାୟିତ୍ୱ ନେବା ପରଠାରୁ ୟୁନିଟ ପିଛା ଗତ ୭ମାସ ମଧ୍ୟରେ ୨ଥର ରେ ୫୦ ପଇସା ଲେଖାଏଁ ବୃଦ୍ଧି ଘଟିଛି । ତେଣୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବର୍ଦ୍ଧିତ ଦରକୁ ପ୍ରତ୍ୟାହର କରାଯିବାକୁ କଂଗ୍ରେସ ଦାବି କରିଛି । ଏଥିସହିତ ନିର୍ବାହୀଯନ୍ତ୍ରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ନିମାଇଁ ସରକାର, କୃଷ୍ଣ କୁଳଦୀପ୍, ରୂପକ ତୁରୁକ୍, ବାବୁଲା ବେନିଆ, ଭଗବାନ ବାହିନୀପତି, ଶଶିଭୂଷଣ ପାତ୍ର, ରମେଶ ବାଖିଆ, ବସନ୍ତ ନାୟକ, ନଳୀନି ରଥ, ସୁକାନ୍ତ ପଟ୍ଟନାୟକ, କୃପା ମୁଦୁଲି, ନରି ସମାରେଡ଼ି, ଅଶୋକ ଗନ୍ତାୟତ, ଭବାନୀଶଙ୍କର ମିଶ୍ର, ବିଜି ରାଓ, ରମେଶ ଖରା, ମଣି ପଟ୍ଟନାୟକ, ବାବୁଲା ରଥ, ଭବାନୀ ରଥ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons