ଶିଶୁ ବିକ୍ରି ଅଭିଯୋଗ ଆଣିଲେ ନାବାଳିକା ପୀଡ଼ିତା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ପ୍ରଯନô କେନ୍ଦ୍ର(ସିସିଆଇ)ର ଜଣେ ମହିଳା କର୍ମଚାରୀଙ୍କୁ ବାରମ୍ବାର ବଳାକ୍ରାର କରାଯିବା ପରେ ସେ ମା’ ହୋଇଥିବା ଅଭିଯୋଗ ହୋଇଥିଲା । ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏହି ଘଟଣାର ତଦନ୍ତ କରିବାକୁ ଆସିଥିବା ବେଳେ ସିସିଆଇ ବିରୋଧରେ ଅନ୍ୟ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ସିସିଆଇରେ ଜଣେ ନାବାଳିକା ପୀଡ଼ିତାଙ୍କ ଶିଶୁ ସନ୍ତାନକୁ ବିକ୍ରି କରି ଦିଆଯାଇଥିବା ସମ୍ପର୍କରେ ପୀଡ଼ିତା ନିଜେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ନିକଟରେ ଅଭିଯୋଗ ବାଢିଛନ୍ତି ।
ଆୟୋଗ ଅଧ୍ୟକ୍ଷାଙ୍କ ଆଗରେ ସଂପୃକ୍ତ ୧୭ ବର୍ଷିୟା ପୀଡ଼ିତା ଓ ତାଙ୍କ ବାପା ଯେଉଁ ସାଂଘାତିକ ଅଭିଯୋଗ ଆଣିଛନ୍ତି ତଦନୁସାରେ ପୀଡ଼ିତାଙ୍କ ଶିଶୁକନ୍ୟାକୁ ମହିଳା ସମିତିର ଦୁଇ ଜଣ କର୍ମଚାରୀ ଅନ୍ୟତ୍ର ବିକ୍ରି କରି ଦେଇଛନ୍ତି । ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ସଂପୃକ୍ତ ନାବାଳିକାଙ୍କ ଘର ସ୍ଥାନୀୟ ଅଂଚଳରେ । ଅଘଟଣ ଘଟିବା ବେଳେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ୨୦୧୭ ମସିହାରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା । ଏଥିଯୋଗୁଁ ସେ ଅନ୍ତଃସତ୍ତ୍ୱା ହୋଇଥିଲେ । ସେ ୫ ମାସର ଗର୍ଭବତୀ ହେବା ପରେ ସମ୍ପୃକ୍ତ ଯୁବକ ଓ ତା’ର ପରିବାର ଲୋକେ ଏ ବାବଦରେ କିଛି ଜାଣିନଥିବା କହି ସଂପର୍କକୁ ଫାଙ୍କିଥିଲେ । ପୀଡିÿତାଙ୍କ ବାପା ମାର୍ଶାଘାଇ ଥାନାରେ ୨୦୧୭ ମସିହା ସେପ୍ଟେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତ ନାବାଳକ ହୋଇଥିବା ଦର୍ଶାଇ ପୁଲିସ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିନଥିବା ସେତେବେଳେ ସଫେଇ ଦେଇଥିଲା । ପୁଲିସଠାରୁ ନିରାଶ ହୋଇ ପୀଡ଼ିତା ଓ ତାଙ୍କ ପରିବାର ଲୋକେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ତକ୍ରାଳୀନ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ପୀଡ଼ିତା ନାବାଳିକାଙ୍କୁ ବାରିମୂଳସ୍ଥିତ “ସ୍ୱରାଜ’ ସ୍ୱଳ୍ପ ରହଣି କେନ୍ଦ୍ରରେ ନେଇ ରଖାଯାଇଥିଲା । ସେଠାରେ ରହିବାର କିଛି ମାସ ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ମେଡିକାଲରେ ଉଭୟ କୁମାରୀ ମା’ ଓ ଶିଶୁ କନ୍ୟା ୩ଦିନ ରହିଥିଲେ । ପରେ ସେଠାରୁ ଉଭୟ ନାବାଳିକା ଓ ତାଙ୍କ କନ୍ୟା ସନ୍ତାନଙ୍କୁ ଗରାପୁରସ୍ଥିତ ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ଯେଉଁଠାରେ ସମ୍ପୃକ୍ତ ସିସିଆଇର କର୍ମକର୍ତ୍ତା ପ୍ରଭାତ କୁମାର ଭୂୟାଁ(ବାପି), ସିସିଆଇର ହାଉସ୍ ମଦର୍ ରେଣୁବାଳା ପଣ୍ଡା(ରୀନା), ଡିସିପିଓ ଏବଂ ଏଲ୍ପିଓର କର୍ମଚାରୀ ସମସ୍ତେ ଶିଶୁକନ୍ୟା ଅସୁସ୍ଥ ଥିବା ଦର୍ଶାଇ ତାକୁ ଆଇସିୟୁକୁ ନେବାକୁ ପଡ଼ିବ ବୋଲି ପୀଡ଼ିତା ନାବାଳିକାଙ୍କୁ କହିଥିଲେ । ଏପରିକି ତାଙ୍କଠାରୁ ଦସ୍ତଖତ ନେବା ସହ ତାଙ୍କ ବାପାଙ୍କଠାରୁ ଟିପ ଚିହ୍ନ ନେଇଥିଲେ । ହେଲେ ସେମାନେ କ’ଣ ପାଇଁ ଦସ୍ତଖତ ଓ ଟିପଚିହ୍ନ ନେଇଥିଲେ ନିର୍ଦ୍ଧିଷ୍ଟ ଭାବେ କିଛି କହିନଥିଲେ । ପରେ ମା’-ଛୁଆଙ୍କୁ ସିସିଆଇରେ ରଖିଥିଲେ । ସପ୍ତାହେ ରହିବା ପରେ ନବଜାତ ଶିଶୁକନ୍ୟାକୁ ଗୁଣ୍ଡ ଦୁଗ୍ଧ ଖାଇବାକୁ ଦିଆଯିବ ବୋଲି କହି ତାଙ୍କଠାରୁ ଶିଶୁକୁ ପୃଥକ୍ ରଖା ଯାଇଥିଲା । ପରେ ଛୁଆ ଆଇସିୟୁକୁ ଯିବ ବୋଲି କହି କେଉଁଆଡେ଼ ନେଇ ଯାଇଥିଲେ । ସେ ତାଙ୍କ ଶିଶୁକନ୍ୟା ସମ୍ପର୍କରେ ପଚାରିବାରୁ ତାଙ୍କୁ ଅନୁÂାନର କର୍ମକର୍ତ୍ତା ଓ କର୍ମଚାରୀ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ପଛାଇ ନଥିଲେ । ଅନୁÂାନର ସଭାପତି ସୁଜିତ୍ ତ୍ରିପାଠୀ ଓ ସିସିଆଇର କର୍ମଚାରୀଙ୍କୁ ଅଭିଯୋଗ କରିବାରୁ କିଛି ସୁଫଳ ମିଳିନଥିଲା । ଅସହ୍ୟ ନିର୍ଯାତନା ସହିବାକୁ ପଡ଼ିବାରୁ ଏବଂ ନିଜ ସନ୍ତାନକୁ ନପାଇବାରୁ କିଛି ଦିନ ପରେ ସେଠାରୁ ନାବାଳିକା ତାଙ୍କ ବାପାଙ୍କ ସହ ଘରକୁ ପଳାଇ ଆସିଥିଲେ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ଶିଶୁକନ୍ୟାକୁ ସିସିଆଇର କର୍ମକର୍ତ୍ତା ଓ କର୍ମଚାରୀମାନେ ବିକ୍ରି କରିଦେଇଥିବା ସେ ଅଭିଯୋଗ କରିଥିବା ବେଳେ ଅଭିଯୋଗକୁ ସିସିଆଇ ପକ୍ଷରୁ ଅସ୍ୱୀକାର କରାଯାଇଛି । ତେବେ ପୂରା ଘଟଣାର ତଦନ୍ତ କରାଯିବ ବୋଲି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପୀଡ଼ିତାଙ୍କୁ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons