
ମାଧପୁର,(ବି.ବି.ନୁ୍ୟଜ): ସୋମବାର ସକାଳ ପ୍ରାୟ ୯ଟା ବେଳେ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ସିଦେ୍ଧଶ୍ୱର ଧଳ ଓ ହେଲପର୍ ସୁନିଲ ବେହେରା ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ଚାଳକ ଓ ହେଲପରଙ୍କ ଘର କିଶାରେନାଗର ବ୍ଲକ ବଏଷଣା ଗ୍ରାମରେ ବୋଲି ଜଣାପଡ଼ିଛି । ସିଦେ୍ଧଶ୍ୱର ସୁସ୍ଥ ଥିବା ବେଳେ ହେଲପର୍ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଉଭୟଙ୍କୁ ୧୦୮ରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଟ୍ରକ୍ଟି ଆଠମଲ୍ଲିକ ଅଞ୍ଚଳରୁ କିଆକଟା ଅଭିମୁଖେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଏହି ଅଘଟଣ ଘଟିଥିଲା । ପୋଲ ପୂର୍ବରୁ ହମ୍ପ୍ସ ଥିବାରୁ ଡ୍ରାଇଭର ହଡ଼ବଡେ଼ଇ ଯାଇଥିଲେ ଏବଂ ଭାରସାମ୍ୟ ହରାଇ ପୋଲ ବାଡ଼ଶ ଭାଙ୍ଗି ଗାଡ଼ି ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଇଛି ।


Comments are closed, but trackbacks and pingbacks are open.