ହୋମଗାର୍ଡ ସହ ନାଚୁଥିବା ଏଏସଆଇ ନିଲମ୍ବିତ

Get real time updates directly on you device, subscribe now.

ଯାଜପୁର, (ବି.ବି.ନୁ୍ୟଜ): ହୋଲିଦିନ ପାଣିକୋଇଲି ଥାନାକୁ ନୃତ୍ୟଶାଳାରେ ପରିଣତ କରିଥିବା ପୁଲିସ୍ ଅଧିକାରୀଙ୍କ ବିରୋଧରେ ଯାଜପୁର ଏସ୍ପି କାର୍ଯ୍ୟାନୁÂାନ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ପାଣିକୋଇଲି ଥାନାରେ କାର୍ଯ୍ୟରତ ଶିକ୍ଷାନବିଶ ଏଏସ୍ଆଇ ସଂଜୟ ଦାଶଙ୍କୁ ଏସ୍ପି ରାହୁଲ ପିଆର ନିଲମ୍ବିତ କରିଛନ୍ତି । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ମିଳିବା ପରେ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ହୋଲିଦିନ ପାଣିକୋଇଲି ଥାନା ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଜଣେ ମହିଳା ହୋମଗାର୍ଡଙ୍କ ସହ ଥାନା ଘରେ ଥାନା ଅଧିକାରୀ ଓ କର୍ମଚାରୀମାନେ ନାଗିନ୍ ନୃତ୍ୟରେ ମସଗୁଲ ରହିଥିଲେ । ଏହି ରଂଗିଲା ଦୃଶ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons