
କାମାକ୍ଷାନଗର,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳୁତୁମା ଗାଁ ନିକଟ ରେଲୱେ ରାସ୍ତା ପାଶ୍ୱର୍ରେ ଆଜି ସକାଳେ ଏକ ଅଘଟଣ ଘଟିଛି । ନିର୍ମାଣାଧୀନ କୂଅରୁ ମାଟି ଅତଡ଼ା ଧସିବାରୁ ଭିତରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ କାମାକ୍ଷାନଗର ଏନ୍ଏସି ୧୦ ନଂ ୱାର୍ଡ ଦିଗୋଡ଼ିଆ ସାହିର ଧୂଳିଆ ମଳିକ(୬୦) । କୂଅ ଖୋଳାରେ ନିୟୋଜିତ ଥିବା ଅନ୍ୟ ୪ ଶ୍ରମିକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଆଳୁତୁମା ଗାଁ ରେଲୱେ ରାସ୍ତା ପାଶ୍ୱର୍ରେ ସାରଙ୍ଗଧର ପରିଡ଼ା କୂଅ ଖୋଳାଉଥିଲେ । ସେଠାରେ ଶ୍ରମିକଭାବେ ଦିଗୋଡ଼ିଆ ସାହିର ଧୂଳିଆ ମଳିକଙ୍କ ସମେତ ସୁରେଶ ସୁବୁଦ୍ଧି, ଦେବରାଜ ମଳିକ, ଅଜୟ ମଳିକ ଓ ରୋହିତ ମଳିକ କାମ କରୁଥିଲେ । ପ୍ରାୟ ୩୦ ଫୁଟ୍ ଗଭୀର କୂଅ ଖୋଳା ଯାଇଥିବା ବେଳେ ଆଜି ନନ୍ଦ ବସାଯାଉଥିଲା । ସକାଳ ପ୍ରାୟ ୮ଟା ସମୟରେ ଉପରେ ଥାଇ ଦେବରାଜ, ଅଜୟ ଓ ରୋହିତ ଦଉଡ଼ିରେ କୂଅ ଭିତରକୁ ନନ୍ଦ ଖସାଉଥିବା ବେଳେ ଧୂଳିଆ କୂଅ ଭିତରେ ରହି ନନ୍ଦ ଗୁଡ଼ିକ ସାଇଜ୍ କରୁଥିଲେ । ନନ୍ଦ ଖସାଇବା ବେଳେ ଏକ ବଡ଼ ମାଟି ଅତଡ଼ା ହଠାତ୍ ଧସି କୂଅ ଭିତରେ ପଡ଼ିଥିଲା । ଯାହା ଫଳରେ ଭିତରେ ଧୂଳିଆ ପୋତି ହୋଇଯାଇଥିଲେ । ଉପରେ ଥିବା ଚାରି ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚôଥିଲେ । ପ୍ରୋକ୍ଲିନ୍ ମେସିନ୍ ସହାୟତାରେ ସତର୍କତାର ସହ ମାଟି ଖୋଳା ଯାଇ ଦୀର୍ଘ ୫ ଘଣ୍ଟା ପରେ ଧୂଳିଆଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହନ୍ତାନ୍ତର କରିଥିଲା ।
Comments are closed, but trackbacks and pingbacks are open.