ଆରଡ଼ି ଫାଣ୍ଡି ପୁଲିସର ଦବଙ୍ଗଗିରି

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଯଦି ଆମ ଦୁଇ ପୁତ୍ର ଭୂଲ କରିଛନ୍ତି । ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । କିନ୍ତୁ ମିଥ୍ୟା ଅଭିଯୋଗରେ ଦଣ୍ଡ ଦିଆ ନ ଯାଉ । ଆରଡି ଫାଣ୍ଡି ଅଧିକାରୀଙ୍କ ସମେତ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ ଯେଉଁପରି ଭାବରେ ମାସ୍କ ଚେକିଂ ନାମରେ ଆମ ଦୁଇ ପୁତ୍ରଙ୍କୁ ଫାଣ୍ଡି ପରିସରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି, ତାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହି ଭିଡିଓରୁ ସ୍ପଷ୍ଟ ହୋଇଯାଉଛି ଉକ୍ତ ଫାଣ୍ଡିର କର୍ମଚାରୀଙ୍କ ଦବଙ୍ଗ ଗିରି ସମ୍ପର୍କରେ । ଏହା କ’ଣ “ଆମ ପୁଲିସ’, “ମୋ ସରକାର’ ଓ “୫ଟି’ର ନମୁନା କି? ତେଣୁ ଏହି ଭାଇରାଲ ଭିଡିଓ ଫୁଟେଜ ଆଧାରରେ ଆରକ୍ଷୀ ଅଧୀକ୍ଷକ(ଏସପି) ଉକ୍ତ ଘଟଣାରେ ସଂପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ବିରୋରେ କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ ଓ ମୋର ଦୁଇ ପୁତ୍ରଙ୍କୁ ନ୍ୟାୟ ଦିଅନ୍ତୁ । ଯଦି ତିନି ଦିନ ମଧ୍ୟରେ ମୋତେ ନ୍ୟାୟ ନ ମିଳେ ତେବେ ଆମେ ଆରଡ଼ି ଫାଣ୍ଡି ସମ୍ମୁଖରେ ଆତ୍ମାହୂତି ଦେବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ପୁଲିସ ଆକ୍ରମଣର ଶୀକାର ଓ କୋର୍ଟ ଚାଲାଣ ହୋଇଥିବା ଦୁଇ ଯୁବକଙ୍କ ବାପା ଧୁଷୁରୀ ଥାନା ବେତାଳିଗାଁ ଗ୍ରାମର ପ୍ରତାପ କୁମାର ମୈକାପ ଓ ମାତା ସସ୍ମିତା ମୈକାପ ।
ଧାମନଗର ଅଞ୍ଚଳର ଯୁବ କଂଗ୍ରେସ ନେତା ଅଭିଷେକ ରାଉତଙ୍କ ସହ ଏହି ଦମ୍ପତି ଆଜି ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ଯତିନ ପଣ୍ଡାଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ପତ୍ର ଦେବା ସହ ଫାଣ୍ଡି ମଧ୍ୟରେ ଉଭୟ ପୁତ୍ରଙ୍କୁ ଥାଡର଼୍ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଖଲାସ କରି ଚିକିତ୍ସା ସେବା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି । ସେମାନେ ଉକ୍ତ ଅଭିଯୋଗପତ୍ରର ନକଲ ପୁଲିସ ଡିଜି, ଡିଆଇଜି, ୫ଟି ସଚିବ, ମାନବାଧିକାର କମିଶନଙ୍କ ଉଦେ୍ଧଶ୍ୟରେ ପ୍ରେରଣ କରିଛନ୍ତି । ଅପରପକ୍ଷେ ଧାମନଗର ଏସଡିପିଓଙ୍କ ଦ୍ୱାରା ଉକ୍ତ ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ଅତିରିକ୍ତ ଏସପି କହିଛନ୍ତି । ରିପୋର୍ଟ ଆସିଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।
ତଥ୍ୟ ଅନୁଯାୟୀ ଗତ ୧୦ ତାରିଖ ତାଙ୍କର ଦୁଇପୁତ୍ର ପ୍ରିୟ ରଂଜନ(୨୩) ଓ ଶୁଭରଂଜନ(୨୧) ଏକ ବାଇକ ଯୋଗେ ନିଜ ମାଉସୀ ଘରକୁ ଯାଇ ଫେରୁଥିବା ସମୟରେ ଆରଡ଼ି ଫାଣ୍ଡିର ପୁଲିସ ସେମାନଙ୍କୁ ମାସ୍କ ନ ଥିବାରୁ ଅଟକାଇ ଜରିମାନା ଦେବାକୁ କହିଥିଲେ । କିନ୍ତୁ ପଇସା ନଥିବାରୁ ସେମାନେ ଛାଡ଼ି ଦେବାକୁ ନିବେଦନ କରିଥିଲେ । କିନ୍ତୁ ଫାଣ୍ଡିର ପୁଲିସ କର୍ମଚାରୀ ସେମାନଙ୍କ କଥା ଶୁଣିନଥିଲେ । ଏହି ସମୟରେ ସଂପୃକ୍ତ ଫାଣ୍ଡିର କେତେକ କର୍ମଚାରୀ ମାସ୍କ ପିନ୍ଧିନଥିବା ଫଟୋ ଉଠାଇବାକୁ ଉଦ୍ୟମ କରିବାରୁ ସେମାନେ ପ୍ରିୟରଂଜନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ୩୦୭ ପରି ସଂଗୀନ ଦଫା ସମେତ ଅନ୍ୟ ୭ଟି ଦଫା ଲଗାଇ ଦୁଇ ଭାଇଙ୍କୁ କୋର୍ଟଚାଲାଣ କରିଛନ୍ତି । ତେଣୁ ସଂପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ କରିବା ସହ ତାଙ୍କ ଦୁଇ ପୁତ୍ରଙ୍କୁ ନ୍ୟାୟ ଦେବାକୁ ସେମାନେ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons