ଅଧା ଆଲୁଅ, ଅଧା ଅନ୍ଧାର

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବସ୍ଷ୍ଟାଣ୍ଡ ନିକଟର ଜାତୀୟ ରାଜପଥ ରଙ୍ଗୀନ ଆଲୋକରେ ଝଲୁସିଛି । ବିଦୁ୍ୟତ ଖୁଣ୍ଟରେ ରଙ୍ଗୀନ ଲାଇଟ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ବଢିଯାଇଛି । ହେଲେ ବସ୍ଷ୍ଟାଣ୍ଡରୁ ଟିକିଏ ଦୂର ଶ୍ରମ କାର୍ଯ୍ୟାଳୟ ଛକରେ ପହଞ୍ଚିଲା ବେଳକୁ ଦୃଶ୍ୟ ଅଲଗା । କିଟିକିଟି ଅନ୍ଧାର । ପୌରସଂସ୍ଥା ପକ୍ଷରୁ ଆଲୋକ ବ୍ୟବସ୍ଥା ପରିଚାଳନା କରୁଥିବା ସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁ ଏଭଳି ଅବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ କହିଛନ୍ତି । ଏହାର ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ନିଆଯାଉଛି । କିନ୍ତୁ ଲାଇଟ୍ ଜଳୁଛି କି ନାହିଁ, ତାହାର କେହି ତଦାରଖ କରୁନାହାନ୍ତି । ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁÂାନ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ସହର ଦେଇ ଯାଇଥିବା ଜାତୀୟରାଜପଥ ମଝିରେ ପୋତାଗଲା ବିଦୁ୍ୟତ ଖୁଣ୍ଟ । ଗ୍ରୀନଫିଲ୍ଡ ଯୋଜନାରେ ସହରକୁ ଆଲୋକିତ କରିବାକୁ ପଦକ୍ଷେପ ନିଆଯାଇଥିଲା । ଏହାକୁ ଆହୁରି ସୁନ୍ଦର କରିବାକୁ ପ୍ରତ୍ୟେକ ବିଦୁ୍ୟତ ଖୁଣ୍ଟରେ ରଙ୍ଗୀନ ଲାଇଟ ଲଗାଗଲା । ଏହାଦେଖି ଖୁସି ହୋଇଯାଇଥିଲେ ସହରବାସୀ । ଅନ୍ୟ ସହର ଭଳି ଜୟପୁରର ବି ସୌନ୍ଦର୍ଯ୍ୟ ବଢିଲା ବୋଲି ଚର୍ଚ୍ଚା କରିଥିଲେ । ହେଲେ ଠିକ୍ରେ ଏହାର ରକ୍ଷଣାବେକ୍ଷଣ କିମ୍ବା ତଦାରଖ କରାଯାଉନି । କେତେବେଳେ ଲାଇଟ ଲାଗୁଛି ତ ଆଉ କେତେବେଳେ ବନ୍ଦ ରହୁଛି । ସପ୍ତାହେ ହେବ ଶ୍ରମିକ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons