ଜୟପୁର ରାଜାଙ୍କ ଅଧୀନରେ ଥିଲା ବୋରାମୁଠା

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବୋରମୁଠା ପୂର୍ବରୁ ଓଡ଼ିଶାରେ ଥିଲା । ଜୟପୁର ରାଜାଙ୍କ ଅଧୀନରେ ଥିଲା । ନନ୍ଦପୁରର ଜଣେ ବ୍ରାହ୍ମଣ ପରିବାର ଏହାର ପୂଜକ ଥିଲେ । ବୋରାମୁଠା ଅଞ୍ଚଳରୁ ଜୟପୁର ରାଜା ରାଜସ୍ୱ ଆଦାୟ କରୁଥିଲେ । ଏପରିକି ବୋରାମୁଠାରେ ଓଡ଼ିଶା ପକ୍ଷରୁ ୧୯୯୪ରେ ଭୋଟ ପରିଚୟ ପତ୍ର ସର୍ଭେ ହୋଇଛି । ଏହି ଅଞ୍ଚଳର ସବୁ ଗ୍ରାମରେ ବହୁ ଲୋକଙ୍କ ପାଖରେ ଓଡିÿଶା ଭୋଟ ପରିଚୟ ପତ୍ର ରହିଛି । ତେବେ ଓଡ଼ଶା ପକ୍ଷରୁ ବଳିÂ ପ୍ରମାଣ ସୁପ୍ରିମ କୋର୍ଟରେ ଦାଖଲ କରାନଯିବାରୁ ବୋରାମୁଠା ଏବେ ଆନ୍ଧ୍ର କବ୍ଜାରେ । ରାଜ୍ୟ ସରକାର ଯେଉଁ ଓକିଲ ନିଯୁକ୍ତ କରିଥିଲେ, ସେମାନେ ବୋରାମୁଠାକୁ ଓଡ଼ିଶାର ବୋଲି ବଳିÂ ପ୍ରମାଣ ଉପସ୍ଥାପିତ କରିବାରେ ବିଫଳ ହେଲେ । ଯାହାପାଇଁ ଆନ୍ଧ୍ର ସରକାରଙ୍କ ସପକ୍ଷରେ ଗଲା । ତେଣୁ ଓଡ଼ିଶା ସରକାର ଆଉଥରେ ଚିନ୍ତା କରନ୍ତୁ ।
କୋଟିଆଭଳି ବୋରାମୁଠାକୁ ସରକାର ପ୍ରଭାବୀ ଢ଼ଙ୍ଗରେ ଦେଖନ୍ତୁ । ବୋରାମୁଠାକୁ ନେଇ ଏବେ କ’ଣ କରାଯାଇ ପାରିବ, ତାହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଙ୍ଗଠନର ଆବାହକ ଗଦାଧର ପରିଡ଼ା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଅଧୀନରେ ବୋରା, ନିନିମାମିଡ଼ି,ପେଦୁର, ପୋଲୁଗୁଡ଼ା, ବିତ୍ରାବେଡ଼ ।, ଡେ଼କାପୁରମ, କୁଣ୍ଟିଆସିମିଡ଼ି,ଇଗୁଭାମାମିଡ଼ି, କୋୟିତିଗୁଡ଼ା,ଲିଦାଙ୍ଗି,ଜେରୁଗେନା,ବିସିଆଗୁଡ଼ା ଆଦି ଗ୍ରାମକୁ ନେଇ ବୋରାମୁଠା କୁଆଯାଏ । ବୋରାମୁଠା ଏବଂ କୋଟିଆକୁ ନେଇ ଆନ୍ଧ୍ର ସହ ବିବାଦ ହେବା ପରେ ୧୯୬୮ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟରେ କୋଟିଆକୁ ନେଇ କେସ୍ ନଂ୧୦ ଏବଂ ବୋରାମୁଠାକୁ ନେଇ କେସ୍ ନଂ ୧୧ରେ ଓଡିÿଶା ପକ୍ଷରୁ ମାମାଲା ହୋଇଥିଲା । ମାନ୍ୟବର ସୁପ୍ରିମ କୋର୍ଟ କୋଟିଆପୁଞ୍ଜକୁ ତାଙ୍କ କ୍ଷମତା ବାହାରେ କହି ଏହାକୁ ୨ ରାଜ୍ୟ ଆପୋଶ ବୁଝାମଣା ଭିତରେ ସମାଧାନ ପାଇଁ କହିଥିଲେ । ତେବେ ବୋରାମୁଠା ଉପରେ ସୁପ୍ରିମ୍କୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିଲେ । ଏହି ବୋରାମୁଠା ଜୟପୁର ରାଜାଙ୍କ ଅଧୀନରେ ରହିଥିଲା । ଜୟପୁର ରାଜାଙ୍କ ନିଦେ୍ର୍ଧଶକ୍ରମେ ନନ୍ଦପୁରର ଜଣେ ଓଡ଼ିଆ ପୂଜାରୀ ସେଠାରେ ଯାଇ ପୂଜାର୍ଚ୍ଚନା କରୁଥିଲେ । ବୋରାମୁଠାର ସବୁ ଗ୍ରାମଗୁଡ଼କି ଓଡ଼ିଆ ଗାଁ । ତେବେ ତାହା ଉପରେ ଓଡିÿଶାର ପ୍ରଶାସନିକ ଅବହେଳା ରହିଥିଲା । ଅଧିକାରୀଙ୍କ କତ୍ତୃତ୍ୱରେ ଏହି ଅଞ୍ଚଳ ନଥିଲା । ଏହି ଅଞ୍ଚଳ ବିକାଶ ପ୍ରତି ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ଅଣ ଦେଖାକରିଥିଲେ । ଯାହାଫଳରେ ଆନ୍ଧ୍ର ଏହାର ସୁଯୋଗ ନେଇ ଏହି ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେଲା । ବୋରାଗୁମ୍ଫାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ଏଠାରୁ ପ୍ରଚୁର ରାଜସ୍ୱ ଆଦାୟ କଲା । କିନ୍ତୁ ଓଡ଼ଶା ପକ୍ଷରୁ ଅବହେଳା ଏବଂ ଗ୍ରାମଗୁଡ଼କୁ ସରାକରୀ ଯୋଜନା ଅପହଞ୍ଚ ହେବା ଯୋଗୁ ଗ୍ରାମର ଲୋକମାନେ ଆନ୍ଧ୍ର ମୁହାଁ ହେଲେ ବୋଲି ଶ୍ରୀ ପରିଡ଼ । କହିଛନ୍ତି ।
ଅନ୍ୟପକ୍ଷରେ ବୋରାମୁଠା ମାମଲାରେ ସୁପ୍ରିମ କୋର୍ଟରେ ଓଡିÿଶା ପକ୍ଷରୁ ସାକ୍ଷୀଥିବା ନନ୍ଦପୁରର ପୂର୍ବତନ ଅଧ୍ୟକ୍ଷ ଗୋପାଳ ବେବର୍ତ୍ତା କହିଛନ୍ତି, ଜୟପୁର ରାଜାଙ୍କ ଅଧୀନରେ ପାଚ୍ପେଣ୍ଟା ଓ ମାଡ଼ଗୁଲ ଅଞ୍ଚଳଥିଲା । ଏସବୁ ଅଞ୍ଚଳରୁ ଜୟପୁର ରାଜା ରାଜସ୍ୱ ଆଦାୟ କରୁଥିଲେ । ରାଜାଙ୍କ ଅଧୀନରେ ବୋରାମୁଠା ଅଞ୍ଚଳ ଥିଲ । ବିଶେଷକରି ବୋରାଗୁମ୍ଫାରେ ଥିବା ଶିବ ମନ୍ଦିରର ପରିଚାଳନା ଦାୟିତ୍ୱ ନନ୍ଦପୁରର ଜଣେ ବ୍ରାହ୍ମଣ ପରିବାର ନେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ଜୟପୁର ରାଜାଙ୍କ ନିଦେ୍ର୍ଧଶକ୍ରମେ ନନ୍ଦପୁରର ଜଣେ ବ୍ରାହ୍ମଣ ପାଢ଼ି ସର୍ମା ବୋରାଗୁହା ଯାଇ ପୂଜାର୍ଚ୍ଚନା କରୁଥିଲେ । ସ୍ୱତନ୍ତ୍ର ଓଡିÿଶା ଗଠନ ପରେ ନନ୍ଦପୁରର ବ୍ରାହ୍ମଣ ପରିବାର ସଦସ୍ୟ ରାଧା ମୋହନ ପାଢ଼ି ମଧ୍ୟ ବୋରାଗୁମ୍ଫା ଯାଇ ଶିବ ମନ୍ଦିରରେ ପୂଜାକରି ଆସୁଥିଲେ । କିନ୍ତୁ କାଳକ୍ରମେ ଏହି ଅଞ୍ଚଳକୁ ଯିବା ଆସିବାରେ ସମସ୍ୟା ହେବାରୁ ବହୁବର୍ଷ ପରେ ବୋରାଗୁମ୍ଫା ନିକଟ ପେଦୁର ଗ୍ରାମର ପୂଜକ ଏବେ ବୋରାଗୁମ୍ଫା ଶିବ ମନ୍ଦିରରେ ପୂଜାକାର୍ଯ୍ୟ କରୁଛନ୍ତି । ଏପରିକି ଶ୍ରୀ ବେର୍ତ୍ତ । ୧୯୯୨ରେ ନନ୍ଦପୁର ବ୍ଲକ ଅଧ୍ୟକ୍ଷ ଥିଲେ । ୧୯୯୪ରେ ବୋରାମୁଠାର ବିଭିନ୍ନ ଗ୍ରାମରେ ଭୋଟର ସର୍ଭେ କାର୍ଯ୍ୟ ହୋଇଥିଲା । ପେଦୁ,ବୋରା ଆଦି ଗ୍ରାମରେ ୭୫ ଜଣଙ୍କ ଭୋଟର ପରିଚୟ ପତ୍ର ସେତେବେଳେ ପ୍ରସ୍ତୁତ କରାଯାଇଥିଲା । ତେବେ ୨୦୦୮ରେ ବୋରାମୁଠା ଉପରେ ସାକ୍ଷ୍ୟଗ୍ରହଣ ହୋଇଥିଲା । ସେତେବେଳେ ସେ ମଧ୍ୟ ପୂଜକ ଓ ଭୋଟର ପରିଚୟ ସମ୍ପର୍କରେ ସାକ୍ଷ୍ୟ ଦେଇଥିଲେ । ତେବେ ଆନ୍ଧ୍ର ପ୍ରଭାବି ଢ଼ଙ୍ଗରେ ସୁପିମ କୋର୍ଟରେ ପକ୍ଷ ରଖିଲା । ତାହା ଉପରେ ସୁପ୍ରିମକୋର୍ଟ ଆନ୍ଧ୍ରର ପକ୍ଷକୁ ଯୁକ୍ତିଯୁକ୍ତ ମଣି ୨୦୧୦ରେ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିଲେ ବାଲି ଶ୍ରୀ ବେବର୍ତ୍ତା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons