ଡାକ୍ତରଖାନା କର୍ମଚାରୀଙ୍କୁ ବି ଯଚାଯାଇଥିଲା ବିରିଆନି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ୧୯ ଦିନ କାଳ ସର୍ଜରୀ ବିଭାଗ କ୍ୟାବିନ୍ରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ଥିବା ହାଇଦର୍ର ଶରୀରରେ ଦିନଟିଏ କେବେ ଇଞ୍ଜେକ୍ସନ୍ କିମ୍ବା ସାଲାଇନ୍ଟିଏ ଲାଗିନାହିଁ । ଏହି ତଥ୍ୟ ହିଁ ହାଇଦର୍ ଫେରାର ଘଟଣାରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଭୂମିକାକୁ ସନେ୍ଦହ ବଳୟକୁ ଟାଣିଆଣିଛି । ହାଇଦରର ଚିକିତ୍ସା ଓ ପରାମର୍ଶ ଆଦି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ମଙ୍ଗଳାବାଗ ଥାନା ପୁଲିସ ଏସ୍ସିବି ରେଡର୍କ ରୁମ୍ରୁ ଆଜି ହାଇଦରର ଚିକିତ୍ସା ସମ୍ପର୍କିତ କାଗଜପତ୍ର, ବେଡ୍ ହେଡ୍ ଟିକେଟ୍ ଆଦି ଜବତ କରି ନିଜ ହେପାଜତକୁ ନେଇଛି । ହାଇଦର ଏସ୍ସିବିରେ ଭର୍ତ୍ତି ହୋଇ ରହିବା ମଧ୍ୟରେ ବାସ୍ତବରେ ତାର କି ପ୍ରକାର ଚିକିତ୍ସା ହୋଇଥିଲା ଏବଂ ସେ କେଉଁ ରୋଗରେ ପୀଡ଼ିତ ଥିଲା ସେସବୁ ଦିଗ ଉପରେ ପୁଲିସ୍ ଅନୁଧ୍ୟାନ କରିବ ବୋଲି ଜଣେ ବରିÂ ଅଧିକାରୀ କହିଛନ୍ତି । ତଦନ୍ତ ବେଳେ ପୁଲିସ୍ ଅନ୍ୟ ଡାକ୍ତରଙ୍କ ସହାୟତା ବି ନେଇପାରେ ବୋଲି ଉକ୍ତ ଅଧିକାରୀ କହିଛନ୍ତି । ଆବଶ୍ୟକ ହେଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇ ହାଇଦରର ଚିକିତ୍ସା ବ୍ୟବସ୍ଥାର ତଦନ୍ତ କରାଯାଇପାରେ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ଅପରପକ୍ଷରେ, ଘଟଣାର ତଦନ୍ତ କରୁଥିବା ମଙ୍ଗଳାବାଗ ଥାନା ପୁଲିସ୍ ହାଇଦର ରହୁଥିବା ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍ ପାଖକୁ ଯାଇ ଡୁ୍ୟଟିରେ ଥିବା ଷ୍ଟାଫ୍ ନର୍ସ, ଆଟେଣ୍ଡାଣ୍ଟ୍ ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରିଥିବା ସୂଚନା ମିଳିଛି । ସେହିପରି ୫ ନମ୍ବର କ୍ୟାବିନ୍ ପାଖରେ ଅନ୍ୟ କ୍ୟାବିନ୍ରେ ରହୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀମାନଙ୍କ ସବିଶେଷ ଠିକଣା ପୁଲିସ୍ ସଂଗ୍ରହ କରିଛି । ହାଇଦର କ୍ୟାବିନ୍ରେ ରହୁଥିବା ସମୟରେ ତାର କଣ ଚିକିତ୍ସା ହେଉଥିଲା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀମାନଙ୍କ ଭୂମିକା କଣ ରହିଥିଲା ସେସବୁ ସମ୍ପର୍କରେ ପୁଲିସ୍ ଡାକ୍ତରଖାନା କର୍ମଚାରୀମାନଙ୍କଠାରୁ ବୟାନ ରେକର୍ଡ କରିଥିବା ଖବର ମିଳିଛି । ଏହାକୁ ନେଇ ଡାକ୍ତରଖାନାର ଅନେକ କର୍ମଚାରୀ ଛାନିଆ ହୋଇପଡ଼ିଛନ୍ତି । କର୍ମଚାରୀମାନେ ପୁଲିସକୁ ଏକଥା କହିଛନ୍ତି କି’ ହାଇଦର୍ର ରହଣି ମଧ୍ୟରେ ସର୍ଜରୀ ୫ ନମ୍ବର କ୍ୟାବିନ୍ରେ ସୁରକ୍ଷା ବ୍ୟବସ୍ଥା ବୋଲି ବିଶେଷ କିଛି ନଥିଲା । କିଏ ସୁରକ୍ଷା କର୍ମୀ, କିଏ ହାଇଦରର ସମ୍ପର୍କୀୟ, ତାହା ଆମେ ଭଲରେ ଜାଣି ପାରୁନଥିଲୁ । ହାଇଦରର ଚିକିତ୍ସା କିଛି ନଥିବାରୁ କ୍ୟାବିନ୍କୁ ଆମର ସେତେ ଯାଆସ ନଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ କେତେବେଳେ କେମିତି ହାଇଦରର ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବାକୁ ତା ପାଖକୁ ଆମେ ଯାଉଥିଲୁ । ହାଇଦର୍ ଆମକୁ ହାତମୁଠାରେ ରଖିବା ପାଇଁ ଅନେକ ଥର ଆମ ଖାଇବା ବନେ୍ଦାବସ୍ତ କରାଇବା ପାଇଁ କହିଛି । ମାତ୍ର ଆମେ ରାଜି ହୋଇନଥିଲୁ । ହାଇଦର କଥାରେ ରାଜି ହୋଇ ବିରିଆନି ଖାଇଥିଲେ ହୁଏତ ଆମେ ବି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ ପରି ଅଡୁଆରେ ପଡିଥାନ୍ତୁ ବୋଲି ସର୍ଜରୀ ବିଭାଗର ୨ ଜଣ କର୍ମଚାରୀ ପୁଲିସକୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons