
ପୁରୀ,(ବି.ବି.ବୁ୍ୟରୋ): ଶୁକ୍ରବାର ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି । ଶହ ଶହ ବର୍ଷର ଏହା ଶ୍ରୀମନ୍ଦିର ପରମ୍ପରା । ମହାମାରୀ ସମୟରେ ଠାକୁରେ ଶ୍ରୀକ୍ଷେତ୍ର ପରିକ୍ରମା କରନ୍ତି । ସହରବାସୀଙ୍କୁ ସୁରକ୍ଷା ପ୍ରଦାନ ସହ ସଂକ୍ରମଣ ଆଶଙ୍କା ପ୍ରତି ସଜାଗ କରନ୍ତି ଠାକୁରେ । ମହାମାରୀ ‘କରୋନା’ର ଦ୍ୱିତୀୟ ଲହରୀ ଦେଶକୁ କବଳିତ କରୁଥିବା ବେଳେ ଶ୍ରୀ ନୃସିଂହଙ୍କ ନଗର ବିଜେ ସତର୍କ ଘଣ୍ଟି ବୋଲି ବିବେଚନା କରାଯାଉଛି । ସହରର ଚାରି ପ୍ରାଚୀନ ଆଶ୍ରମକୁ ବିଜେ କରିଛନ୍ତି ଠାକୁରେ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ବିଧିକୁ ବାଡ଼ି ନୃସିଂହ ବିଜେ ବୋଲି କୁହାଯାଏ ।
ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଦେବବିଧି ଅନୁÂିତ ହୋଇଥିଲା । ଦକ୍ଷିଣ ଘରେ ବିରାଜିତ ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ଆଜ୍ଞାମାଳ ଅର୍ପଣ କରାଯାଇଥିଲା । ସେଠାରୁ ଝୁଲଣ ମଣ୍ଡପ ନିକଟରେ ଥିବା ବିମାନରେ ଠାକୁରେ ବିଜେ ହୋଇଥିଲେ । ବିମାନବଡ଼ୁ ସେବକମାନେ ଏକ ପଟୁଆରରେ ଠାକୁରଙ୍କୁ ବିଜେ କରାଇ ନେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିଥିଲେ । ପ୍ରଥମେ ମାର୍କଣ୍ଡତୀର୍ଥସ୍ଥିତ ମାର୍କଣ୍ଡଋଷିଙ୍କ ଆଶ୍ରମକୁ ବିଜେ ହୋଇଥିଲେ । ସେଠାରୁ ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା ଆଶ୍ରମ, ବାଲିସାହିସ୍ଥିତ ଭୃଗୁ ଆଶ୍ରମ ହୋଇ ଶେଷରେ ହରଚଣ୍ଡୀ ସାହିସ୍ଥିତ ପଣ୍ଡୁ ଆଶ୍ରମରେ ଠାକୁରେ ବିଜେ ହୋଇଥିଲେ । ଆଶ୍ରମରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇଥିଲା । ସେଠାରୁ ଠାକୁରେ ଶ୍ରୀମନ୍ଦିରକୁ ଫେରିଥିଲେ ।
ସରସ୍ୱତୀ ପୂଜା ଠାରୁ ଶ୍ରୀଜଗନ୍ନାଥଙ୍କ ବସନ୍ତ ମହୋସôବର ଶୁଭାରମ୍ଭ ହୋଇଥାଏ । କୁହାଯାଏ ଏହି ସମୟରେ ଚଣ୍ଡି ଚାମଣ୍ଡା ତଥା ଅଶରିରୀମାନେ ପରିବେଶରେ ଘୂରି ବୁଲନ୍ତି । ମହାମାରୀରେ ଆକ୍ରାନ୍ତ ହୋଇ ହଜାର ହଜାର ସଂଖ୍ୟାରେ ଲୋକେ ମୃତୁ୍ୟବରଣ କରନ୍ତି । ଗାଁ ଗାଁ’ରେ ମା’ମଙ୍ଗଳାଙ୍କ ପୂଜା କରାଯାଏ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀନୃସିଂହ ଠାକୁରେ ମଧ୍ୟ ଶ୍ରୀକ୍ଷେତ୍ର ପରିକ୍ରମା କରନ୍ତି । ଆଗ କାଳରେ ଶ୍ରୀକ୍ଷେତ୍ରରେ ହଇଜା ଓ ଝାଡ଼ା ବାନ୍ତି ଭଳି ରୋଗରେ ବାସିନ୍ଦାମାନେ ଆକ୍ରାନ୍ତ ହେଉଥିଲେ । ରୋଗରୁ ଭକ୍ତଙ୍କୁ ଉଦ୍ଧାର କରିବାକୁ ଠାକୁରେ ଶ୍ରୀକ୍ଷେତ୍ର ପରିକ୍ରମା କରୁଥିବା ପୁରୁଖାଲୋକେ କୁହନ୍ତି ।
Comments are closed, but trackbacks and pingbacks are open.