ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଓଡ଼ାପଡ଼ା,(ବି.ବି.ନୁ୍ୟଜ): ମୋଟଙ୍ଗା ଥାନା ହିନେ୍ଦାଳରୋଡ଼ ଫାଣ୍ଡି ଅନ୍ତର୍ଗତ ପୋଡ଼ାପଡ଼ା ଗ୍ରାମର ବିକ୍ରମ ମହାପାତ୍ରଙ୍କ ସାନପୁଅ ବିଦୁଷ ମହାପାତ୍ର(୨୩) ଆତ୍ମହତ୍ୟା କରିଛନ୍ତି । ଘରୋଇ କଳିକୁ ନେଇ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସୂଚନା ଅନୁଯାୟୀ, ୬ ମାସ ପୂର୍ବେ ବିଦୁଷ ବିବାହ କରିଥିଲେ । ତେବେ ପାରିବାରିକ ସମସ୍ୟାକୁ ନେଇ ଘରେ ଅଶାନ୍ତି ଦେଖାଦେଇଥିଲା । ଏହାକୁ ନେଇ ବିଦୁଷ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ । ଗତ ରାତିରେ ସେ ଘରେ ପିନ୍ଧା ଲୁଙ୍ଗିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିନେ୍ଦାଳରୋଡ଼ ଫାଣ୍ଡି ପୁଲିସ ପହଞ୍ଚô ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons