
କଟକ,(ବି.ବି.ବୁ୍ୟରୋ): ରାଜ୍ୟରେ ଲୋକଙ୍କ ଦ୍ୱାରା ଟାଙ୍କି ସଫେଇ ବ୍ୟବସ୍ଥା ତୁରନ୍ତ ବନ୍ଦ କରାଯିବା ଦରକାର । ଭବିଷ୍ୟତ ଯେପରି ଏହି ଅମାନବିକ ବ୍ୟବସ୍ଥା ଭିତରକୁ ସଫେଇ କର୍ମଚାରୀମାନେ ନଆସନ୍ତି ତାହାକୁ ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ୍ । ଏଥିପାଇଁ ଟାଙ୍କି ସଫେଇ କର୍ମଚାରୀଙ୍କ ଉପଯୁକ୍ତ ଥଇଥାନ କରାଯିବାର ଆବଶ୍ୟକତା ରହିଛି । କଟକରେ ସ୍ୱେରେଜ୍ ଟାଙ୍କିରେ ପଶି ଦୁଇ ଜଣ ସଫେଇ ଶ୍ରମିକଙ୍କ ମୃତୁ୍ୟ ଘଟଣାରେ ହାଇକୋର୍ଟ ଏହି ମର୍ମରେ ନିଦେ୍ର୍ଧଶ ଦେଇଛନ୍ତି ।
ସିଡିଏରେ ସ୍ୱେରେଜ ଟାଙ୍କିରେ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟଣାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିବା ସହ ଏଭଳି ଅଘଟଣ ଲଜ୍ଜାଜନକ ବୋଲି ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍.ମୁରଲୀଧର ଓ ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ୯ ପକ୍ଷଙ୍କୁ ନୋଟିସ୍ କରିଛନ୍ତି । ଭୁବନେଶ୍ୱର ଏବଂ କଟକର ଯେଉଁ ଦୁଇଟି ଘରୋଇ ସଂସ୍ଥା ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିଲେ ସେମାନଙ୍କୁ ମଧ୍ୟ ହାଇକୋର୍ଟ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି, ଏଭଳି ଅଘଟଣ ବିଚାର ବ୍ୟବସ୍ଥାର ବିବେକ, ସାମାଜିକ ବିବେକବୋଧକୁ ବିଚଳିତ କରିଛି । ସିଡିଏରେ ଗତ ୧୫ ତାରିଖରେ ସ୍ୱେରେଜ୍ ଟାଙ୍କି ସଫେଇ ବେଳେ ୨ ଜଣ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟବରଣ କରିବା, ଜଣେ ଗୁରୁତର ହେବା ଏବଂ ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୯ରେ ସ୍ୱେରେଜ୍ ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ପ୍ରାଣ ହରାଇବା ଘଟଣାର ଅବତାରଣା କରି ହାଇକୋର୍ଟ କହିଛନ୍ତି, ସମ୍ବିଧାନରେ ୭୦ ବର୍ଷ ତଳୁ ମଣିଷଙ୍କ ଦ୍ୱାରା ଟାଙ୍କି ସଫେଇ ଭଳି ଅସ୍ପୃଶ୍ୟ ପ୍ରଥାକୁ ବନ୍ଦ କରାଯାଇ ସାରିଲାଣି । ଏପରିକି ଏହି ପ୍ରଥା ଯଦି ଚାଲେ ତାହେଲେ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବାର ବ୍ୟବସ୍ଥା ଅଛି । ଏହା ସତ୍ତେ୍ୱ ଏହି ବ୍ୟବସ୍ଥା ଏବେ ବି ଚାଲୁରହିବା ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ଲୋକଙ୍କ ଦ୍ୱାରା ଟାଙ୍କି ସଫେଇ ବ୍ୟବସ୍ଥା ବନ୍ଦ ଲାଗି ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ଏବଂ ପ୍ରୋହିବିସନ୍ ଅଫ ଏମ୍ପ୍ଲୟମେଣ୍ଟ ଆଜ୍ ମାନୁଆଲ ସ୍କାଭେନଜର୍ସ ଆଣ୍ଡ୍ ଦେୟାର ରିହାବଲିଟେସନ୍ ଆକ୍ଟ-୨୦୧୩ (ପିଇଏମ୍ଏସ୍ଆର)କୁ ତୁରନ୍ତ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୧୯୯୩ ମସିହାରୁ ରାଜ୍ୟରେ ଯେତେ ସଫେଇ କର୍ମଚାରୀ ଏହିଭଳି ଭାବେ ପ୍ରାଣ ହରାଇଛନ୍ତିି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ଘଟଣାରେ ଅଦାଲତଙ୍କୁ ସହାୟତା କରିବା ଲାଗି ହାଇକୋର୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଏବଂ ଆଇନଜୀବୀ ପମି ରଥଙ୍କୁ ଆମିକସ୍କୁ୍ୟରୀ ଭାବେ ନିଯୁକ୍ତି ଦେଇଛନ୍ତି । ଭୁବନେଶ୍ୱର ଏବଂ କଟକ ସ୍ୱେରେଜ୍ ଟାଙ୍କି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି କି’ ନାହିଁ, ଅଭିଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଧମା କରାଯାଇଛି କି’ ନାହିଁ ତାହା ଉପରେ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଏଥିସହ ୧୯୯୩ ମସିହାରୁ ସ୍ୱେରେଜ ଟାଙ୍କିରେ ସଫେଇ ବେଳେ ଯେତେଜଣ ମୃତୁ୍ୟବରଣ କରିଛନ୍ତି ସେମାନଙ୍କ ପରିବାରକୁ କାହାକୁ ଥଇଥାନ ଏବଂ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କି’ କାର୍ଯ୍ୟାନୁÂାନ ନିଆଯାଇଛି ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଉଭୟ ଭୁବନେଶ୍ୱର ଏବଂ କଟକର ମୃତକଙ୍କ ପରିବାରକୁ ଯୋଗାଯୋଗ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେହିଭଳି ରେଳବାଇ ପକ୍ଷରୁ ଟ୍ରାକ୍ରେ ଚାଲୁଥିବା ମନୁଷ୍ୟକୃତ ସଫେଇ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ମଧ୍ୟ ହାଇକୋର୍ଟ ଆଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.