
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଆନ୍ଧ୍ରକୁ ସଂଯୋଗ କରୁଥିବା ଗଜପତି ଜିଲ୍ଲାର ସମସ୍ତ ସୀମାରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ସୀମାନ୍ତର ସ୍ଥିତି ବାରମ୍ବାର ଅନୁଧ୍ୟାନ କରୁଛନ୍ତି । ତେଣୁ ଜିଲ୍ଲାର ସ୍ଥିତି ସାମନ୍ୟ ନିୟନ୍ତ୍ରଣ ମଧ୍ୟରେ ରହିଛି । ନଚେତ ସ୍ଥିତି ଆହୁରି ଖରାପ ହୋଇପଡ଼ନ୍ତା ବୋଲି ମତ ପ୍ରକାଶ ପାଉଛି । ଏତେ କଟକଣା ମଧ୍ୟରେ ବି ଗତ କିଛିଦିନ ହେଲା ଜିଲ୍ଲାରେ ପ୍ରତିଦିନ ୩୦ରୁ ଊଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେଉଛି । ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ସଟ୍ଡାଉନ୍ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସରକାର ନେଇଛନ୍ତି । ଏହାକୁ ମଧ୍ୟ କଡ଼ାକଡିÿ ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରୀ କ୍ଷୀପ୍ର ଗତିରେ ନିଜର କାୟାବିସ୍ତାର କରିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ଯାହାକୁ ସୀମାନ୍ତ ଗଜପତି ଜିଲ୍ଲା ପ୍ରଶାସନ ପାଳନ କରୁଛି । ଗଜପତି ଆନ୍ଧ୍ର ସୀମାନ୍ତବର୍ତ୍ତି ଜିଲ୍ଲା ହୋଇଥିବା ବେଳେ ଏହାର ସମସ୍ତ ସୀମାକୁ ପ୍ରଶାସନ ଜଗି ରହିଛି । ଗଜପତି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ମଧ୍ୟ କରୋନା ଖୁବ୍ ଜୋରରେ ସଂକ୍ରମିତ ହେଉଛି । ଏଠାରେ ପ୍ରତିଦିନ ହାରା ହାରି ୧୩ଶହ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ଆନ୍ଧ୍ରରୁ ଆସୁଥିବା ଲୋକ ସୀମାରେ ପ୍ରବେଶ କରିବା ପୂର୍ବରୁ ନାକା ଗେଟ୍ରେ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦ୍ୱିତୀୟ ଡୋଜ୍ ନେଇଥିବା ଭଳି ଦସ୍ତାବିଜ୍ ଦେଖାଇବା ବାଧ୍ୟତାମୂଳକ । ଏହା ବିନା ଆସୁଥିବା ଲୋକ ସିଧାସଳଖ ପ୍ରବେଶ କରିପାରିବେ ନାହିଁ । ସେମାନେ ସଙ୍ଗରୋଧରେ ରହିବା ପରେ ଯଦି ସବୁକିଛି ଠିକ୍ ଥାଏ ତାହାହେଲେ ସେମାନେ ଘରକୁ ଯାଇପାରିବେ । ସରକାରଙ୍କ ଏହି ନିୟମକୁ କଡ଼କଡ଼ି ଭାବେ ପାଳନ କରୁଛି ଗଜପତି ଜିଲ୍ଲା ପ୍ରଶାସନ ।


Comments are closed, but trackbacks and pingbacks are open.