
କୁକୁଡାଖଣ୍ଡି, (ବି.ବି.ନୁ୍ୟଜ): କୁକୁଡାଖଣ୍ଡି ତହସିଲ ଅଧୀନ ଏ. ରଘୁନାଥପୁର ମୌଜା ଇନ୍ଦିରାବାସ ନିକଟ ଏ.ବି. କ୍ରସର୍ରେ ସୋମବାର ବିସ୍ଫୋରଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କ୍ରସର୍ ମାଲିକାଣୀଙ୍କ ସ୍ୱାମୀ ତଥା ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ରାଉତ ଏବଂ କ୍ରସର୍ ମ୍ୟାନେଜର୍ ଅମିତା ବଚନ । ଦୁହିଁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଏବଂ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ।
ସୋମବାର ଘଟିଥିବା ବିସ୍ଫୋରଣରେ କୁକୁଡାଖଣ୍ଡିର ଏ. ସନ୍ତୋଷ କୁମାର ଓ ଫାଦିରିପଲ୍ଲୀର ସୁରେଶ ପାତ୍ର ପ୍ରାଣ ହରାଇଥିଲେ । ଆଉ ୩ ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ଏନେଇ କୁକୁଡାଖଣ୍ଡି ତହସିଲଦାର ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ସଦର ଥାନାରେ ଏତଲା ଦେଇଛନ୍ତି । ସଦର ଥାନାରେ କେସ୍ ନମ୍ବର ୧୧୪/୨୦୨୧ ରୁଜୁ ହୋଇଛି । କ୍ରସର୍ର ଲାଇସେନ୍ସ ରଦ୍ଧ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ତହସିଲଦାର । ଏହି ତହସିଲ ଅଧୀନରେ ଥିବା କ୍ରସର୍ମାନଙ୍କରେ ବେଆଇନ ଭାବେ ବିସ୍ଫୋରକ ମହଜୁଦ କରି ରଖି ପଥର ଫୁଟାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏବେ ବିସ୍ଫୋରଣ ପରେ ପ୍ରଶାସନ କାର୍ଯ୍ୟାନୁÂାନ ଆରମ୍ଭ କରିଥିବା ଆଲୋଚନା ହେଉଛି ।


Comments are closed, but trackbacks and pingbacks are open.