ସ୍କୁଲ୍ ପୋଷାକ କିଣା ବିବାଦ ଜଟିଳ ହେଉଛି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଡାବୁଗାଁ ବ୍ଲକ୍ ଡୁମୁଣିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ସ୍କୁଲ ପୋଷାକ ବିବାଦ ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି । ସ୍କୁଲ୍ ପୋଷାକ କିଣା ବିବାଦ ବେପାରୀ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରହି ନାହିଁ । ଏଥିରେ ଅନେକ ଜଣ ଛନ୍ଦି ହୋଇ ଗଲେଣି । ଏପରିକି ଶେଷକୁ ସାମ୍ବାଦିକମାନେ ଏହି ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଡୁମୁଣିଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍କୁଲ୍ ପୋଷାକ କିଣା ବିବାଦ ଶିକ୍ଷୟିତ୍ରୀ ଇ ସରୋଜିନୀ ଏବଂ ଡାବୁଗାଁର ପୋଷାକ ବେପାରୀ ୨ ଭାଇ ଗୋବିନ୍ଦ ଅଗ୍ରୱାଲ ଓ ପ୍ରବୀଣ କୁମାର ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିଲା । ୨ ଜଣ ବେପାରୀ ଭାଇ ଶିକ୍ଷୟିତ୍ରୀଙ୍କୁ ଧମକ ଚମକ ଦେଇ ଭୟଭୀତ କରିଥିଲେ । ପରେ ଦୁଇ ଭାଇ ଶିକ୍ଷୟିତ୍ରୀଙ୍କ ଏକ ଭାଇରାଲ ଭିଡିଓ ସାମ୍ବାଦିକମାନଙ୍କୁ ଦେଇଥିଲେ । ଶିକ୍ଷୟିତ୍ରୀ ଇ.ସରୋଜିନୀଙ୍କୁ ସାମ୍ବାଦିକମାନେ କୁଆଡେ଼ ଟଙ୍କା ଦାବି କରି ଧମକ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବେପାରୀ ୨ ଭାଇ ଓ ୩ ଜଣ ସାମ୍ବାଦିକଙ୍କ ନାମରେ ଶିକ୍ଷୟିତ୍ରୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଡାବୁଗାଁ ପୁଲିସ୍ ୨ଜଣ ବେପାରୀ, ୩ ଜଣ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ମାମଲା ରୁଜୁ ହେବାର ଗୋଟିଏ ଦିନ ଯାଇନି ସ୍କୁଲ ପରିଚାଳନା କମିଟିର ସଭାପତି ମହେଶ୍ୱର ମାଝୀ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଶିକ୍ଷୟିତ୍ରୀଙ୍କ ପୁଅ ଏ ସାଇ ରାଜୁଙ୍କ ବିରୋଧରେ ସ୍କୁଲ ପରିଚାଳନା କମିଟିର ସଭାପତି ମହେଶ୍ୱର ମାଝୀ ଏତଲା ଦେଇଛନ୍ତି । ଏନେଇ ଡାବୁଗାଁ ଥାନା ଅଧିକାରୀ ଏସ୍କେ ବେହୁରିଆଙ୍କୁ ଯୋଗାଯୋଗ କରିବାରୁ ଉଭୟ ପକ୍ଷର ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି । ଏହି ସ୍କୁଲ୍ ପୋଷାକ କିଣା ବିବାଦକୁ କେନ୍ଦ୍ର କରି ଦିନକୁ ଦିନ ନୂଆ ମାମଲା ପଦାକୁ ବାହାରୁଛି । ଏହି ବିବାଦ କେବେ ଥମିବ ଏବଂ କି କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons