୨୮ କିଲୋ ହରିଣ ମାଂସ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ମହାକାଳପଡ଼ା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଲୁଣାଘେରି ଗ୍ରାମରୁ ଏକ ଅଟୋ ଯୋଗେ ଆଜି ଦୁଇଟି ଜରି ପୁଡ଼ିଆରେ ୨୮ କେଜି ହରିଣ ମାଂସ ଚାଲାଣ ହେଉଥିବା ବେଳେ ଜବତ ହୋଇଛି । ହେନ୍ତାଳ ଜଙ୍ଗଲରୁ ହରିଣ ଶିକାର କରିବା ଓ ବେଆଇନ ଭାବେ ମାଂସ ଚାଲାଣ କରିବା ଅଭିଯୋଗରେ ବନ ବିଭାଗ କର୍ମଚାରୀମାନେ ଅଟୋ ଚାଳକକୁ ଗିରଫ କରି ଅଟୋ (ଓଡି୨୯ଏଚ୍ ୧୫୦୬)କୁ ଜବତ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ କିନ୍ତୁ ଫେରାର ହୋଇ ଯାଇଛନ୍ତି ।
ପ୍ରାପ୍ତ ଖବରରୁ ପ୍ରକାଶ, ଆଜି ସକାଳେ ଲୁଣାଘେରିରୁ ଏକ ଅଟୋ ଯୋଗେ ହରିଣ ମାଂସ ଆସୁଥିବା ଖବର ପାଇ ସାମାଜିକ କର୍ମୀ ସୁବାସ ସ୍ୱାଇଁ ଓ ଲକ୍ଷ୍ମୀକାନ୍ତ ସ୍ୱାଇଁ ଏହାକୁ ଜଗି ବସିଥିଲେ । ଅଟୋଟି କେଣ୍ଟିଆ ଛକ ନିକଟରେ ପହଞ୍ଚôବା କ୍ଷଣି ସେମାନେ ଏହାକୁ ଅଟକାଇବା ସହ ଅଟୋ ଚାଳକ ହରିଆବାଙ୍କ ଗ୍ରାମର ପ୍ରକାଶ ଦାସଙ୍କୁ କାବୁ କରି ନେଇଥିଲେ । ତେବେ ଏହି ସମୟରେ ଅଟୋକୁ ସୁରକ୍ଷା ଦେଇ ବାଇକ୍ରେ ଆସୁଥିବା ଦୁଇ ଜଣ ବ୍ୟକ୍ତି ସେଠାରୁ କୌଶଳକ୍ରମେ ଖସି ଯାଇଥିଲେ । ଏହା ପରେ ସାମାଜିକ କର୍ମୀ ଦ୍ୱୟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚô ଅଟୋକୁ ଜବତ କରିବା ସହ ଅଟୋଚାଳକ ପ୍ରକାଶକୁ ଗିରଫ କରିଥିଲେ । ଅଭିଯୁକ୍ତ ଅଟୋ ଚାଳକକୁ ପଚରାଉଚରା କରିବାରୁ ଖରିନାସୀ ଗ୍ରାମର ହାରାଧନ ରକ୍ଷିତ ଓ ଶକ୍ତିପଦ ମଣ୍ଡଳ ତାକୁ ଏହି କାମରେ ଲଗାଇଥିବା ସେ କହିଛି । ପ୍ରକାଶକୁ ବନବିଭାଗ ଜେରା କଲେ ଆହୁରି ବହୁତ ଗୁପ୍ତ ତଥ୍ୟ ପଦାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି । ସ୍ଥାନୀୟ ହେନ୍ତାଳ ଜଙ୍ଗଲରୁ ଦୈନିକ ହରିଣ, ବାର୍ହାଙ୍କୁ ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏଥିରେ ଅଞ୍ଚଳର କିଛି ଶିକାରୀ, ପ୍ରତିପତ୍ତିଶାଳୀ ବ୍ୟକ୍ତି ଓ ବନ ବିଭାଗର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ବି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons