
ଢେଙ୍କାନାଳ,(ବି.ବି.ନୁ୍ୟଜ): ଟଙ୍କା ନଦେବାରୁ ଆମ୍ବୁଲାନ୍ସ ଦେବାକୁ ମନା କଲେ ଡାକ୍ତରଖାନା କର୍ମଚାରୀ । ପାଖରେ ଅର୍ଥ ନଥିବାରୁ ଗାଡ଼ି ଭଡ଼ା କରି ଶବ ନେବାକୁ ଅକ୍ଷମ ଥିଲେ ପରିବାର । ଶେଷରେ ୫ବର୍ଷର ଶିଶୁପୁତ୍ରର ଶବକୁ କାନେ୍ଧଇ ଘରକୁ ଯାଉଥିଲେ ପରିବାର ଲୋକେ । ରାସ୍ତାରେ ଲୋକମାନେ ଏହା ଦେଖିବା ପରେ ସହଯୋଗ କରିବାକୁ ଆଗେଇ ଆସିଥିଲେ । ମାରୱାଡ଼ି ଯୁବମଞ୍ଚ ସହଯୋଗର ହାତବଢ଼ାଇ ଶାନ୍ତିରଥରେ ଘରକୁ ଶବ ନେଇଯାଇଥିଲା । ଶବ ଯେପରି କେହି ନବୋହିବେ ସେଥିପାଇଁ ଡାକ୍ତରଖାନାରେ ମାଗଣାରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ଥିବା ସତ୍ତେ୍ୱ ଡାକ୍ତରଖାନା କର୍ମଚାରୀ ମୃତକଙ୍କ ପରିବାରକୁ ଟଙ୍କା ମାଗିବା ଓ ନପାଇବାରୁ ଫେରାଇଦେବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଭାଗୀରଥିପୁର ଗ୍ରାମର କମଳି ଦେହୁରୀ ତାଙ୍କ ୫ ବର୍ଷର ପୁଅ ସଞ୍ଜିବକୁ ଗୁରୁତର ଅବସ୍ଥାରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଞ୍ଜିବ ଟିବି ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଅପରାହ୍ନ ପ୍ରାୟ ୩ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କମଳିଙ୍କ ଭାଇ ରୋହିତ ଦେହୁରୀ ଡାକ୍ତରଖାନା ପହଞ୍ଚôଥିଲେ । ଶବ ଘରକୁ ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ନିବେଦନ କରିଥିଲେ । ଟଙ୍କା ଦେବାକୁ ଡାକ୍ତରଖାନା କର୍ମଚାରୀ ତାଙ୍କୁ କହିଥିଲେ । ପାଖରେ ଟଙ୍କା ନଥିବାରୁ ରୋହିତ ଆମ୍ବୁଲାନ୍ସରେ ଶବ ନେବାକୁ ସକ୍ଷମ ହୋଇନଥିଲେ । ପରେ ପୁଅର ଶବକୁ ମା’କମଳି କାନେ୍ଧଇ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ । ଡାକ୍ତରଖାନାଠାରୁ ପ୍ରାୟ ୧ କିମି ଚାଲିଚାଲି ଯିବା ପରେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ । ଗଣମାଧ୍ୟମର ପ୍ରତିନିଧି ଓ ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚô ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ମାରୱାଡ଼ି ଯୁବମଞ୍ଚ ସହଯୋଗ କରିବାକୁ ଆଗେଇ ଆସିଥିଲା । ମଞ୍ଚର ଶାନ୍ତିରଥରେ ଘରକୁ ଶବ ପଠାଇବା ବ୍ୟବସ୍ଥା ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଡାକ୍ତରଖାନାରେ ମାଗଣାରେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ରହିଥିବା ସତ୍ତେ୍ୱ ଜଣେ ଗରିବ ଶ୍ରେଣୀର ଲୋକଙ୍କୁ ଡାକ୍ତରଖାନା କର୍ମଚାରୀ ଟଙ୍କା ମାଗିବା, ନଦେବାରୁ ଫେରାଇଦେବା ଘଟଣାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିବା ସହ ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ସୁଜାତାରାଣୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେଯେ, ଆଜି ମୁଁ ହସ୍ପିଟାଲ୍ରେ ନଥିଲି । ତେଣୁ ଏ ବାବଦରେ କିଛି ଜାଣିନାହିଁ । ସନ୍ଧ୍ୟରେ ଏ ନେଇ ମୋ ପାଖକୁ ଖବର ଆସିଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିଡ଼ିଏମ୍ଓ କହିଥିଲେ ।


Comments are closed, but trackbacks and pingbacks are open.