ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ମୃତୁ୍ୟ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): ଫୁଲବାଣୀର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ପଜିଟିଭ୍ ଥିଲେ । ରବିବାର ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ୍ ପଜିଟିଭ୍ ବାହାରିବାରୁ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଏହି ଖବରରେ ଗଭୀର ମର୍ମାହତ ବୋଲି ଦର୍ଶାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସ୍ୱର୍ଗତ ସିଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଫୁଲବାଣୀର ସାଂସଦ ଥିଲେ । ସେ ୧୯୬୩ ମସିହା ଅଗଷ୍ଟ ୧ରେ ଦାରିଙ୍ଗବାଡ଼ି ଜିଲ୍ଲା ଦାସିଙ୍ଗବାଡ଼ି ଠାରେ ଜନ୍ମଗ୍ରହଣ କରିଥିଲେ । ମଣ୍ଡାସରୁ ସାମୁଏଲ୍ କନ୍ଭେଣ୍ଟ୍ ସ୍କୁଲରେ ପ୍ରାଥମିକ ଶିକ୍ଷା ସାରି ରାଇକିଆର ବିଜୟ ହାଇସ୍କୁଲରେ ପଢ଼ିଥିଲେ । ସେଠାରୁ ମାଟ୍ରିକ୍ ପାସ କରି ଫୁଲବାଣୀ ସରକାରୀ ମହାବିଦ୍ୟାଳୟରୁ ବିଜ୍ଞାନ ସ୍ନାତକ ହିସାବରେ କଲେଜ ଶିକ୍ଷା ସମାପ୍ତ କରିଥିଲେ । ସାମ୍ବାଦିକତାରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ସୁଗ୍ରୀବ ପ୍ରାୟ ୧୫ ବର୍ଷ ଧରି ଏହି ପେସା ସହିତ ଜଡ଼ିତ ଥିଲେ । ଏହି ସମୟରେ ସେ ଫୁଲବାଣୀ ପ୍ରେସ୍ କ୍ଲବ୍ ସଭାପତି ମଧ୍ୟ ରହିଥିଲେ ।
ସ୍ୱର୍ଗତ ସିଂ ତ+ାଳୀନ ଜନତା ଦଳର ଜଣେ ସଦସ୍ୟ ହିସାବରେ ନିଜ ରାଜନୈତିକ ଜୀବନ ଆରମ୍ବ କରି ୨୦୦୩ ମସିହାରେ ଫୁଲବାଣୀ ଏନ୍ଏସି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ଏହି ସମୟରେ ଫୁଲବାଣୀ ସହରକୁ ମୁ୍ୟନିସିପାଲିଟି ମାନ୍ୟତା ମିଳିବାରୁ ସେ ଫୁଲବାଣୀ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ଚେୟାରମ୍ୟାନ ଥିବା ସମୟରେ ହିଁ ବିଜୁ ଜନତା ଦଳ ଟିକେଟରେ ସଂସଦୀୟ ନିର୍ବାଚନ ଲଢିÿ ବିଜୟୀ ହୋଇଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଫୁଲବାଣୀ ସାଂସଦ ରହିଥିଲେ । ତାଙ୍କ ପ୍ରତିନିଧିତ୍ୱ ସମୟରେ ସେ ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ଜଣେ ଯୁବ ସାଂସଦ ହିସାବରେ ଲୋକପ୍ରିୟ ହେବା ସହ ସଂସଦରେ ଏକ ହଜାରରୁ ଅଧିକ ପ୍ରଶ୍ନ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଅକାଳ ବିୟୋଗରେ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ୱର ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସ୍ୱର୍ଗତ ସିଂଙ୍କ ସ୍ତ୍ରୀ, ୨ ପୁଅ ଓ ଏକମାତ୍ର ଝିଅ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons