
ରାୟଗଡ଼ା,(ବି.ବି.ନୁ୍ୟଜ): କରୋନା ଦ୍ୱିତୀୟ ଲହରି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ଏଭଳି ସ୍ଥିତିରେ ରେଳ ବିଭାଗର ବେପରୁଆ ମନୋଭାବ ସ୍ପଷ୍ଟ ନଜରକୁ ଆସିଛି । ଷ୍ଟେସନ ବାହାରେ ବଜାର ଭିତରେ ବେଆଇନ ଭାବେ ଅଟକୁଛି ଟ୍ରେନ୍ । ବିନା ଯାଞ୍ଚରେ ଘରକୁ ଫେରୁଛନ୍ତି ପ୍ରବାସୀ । ଯାହା ଆଗାମୀ ଦିନରେ କରୋନା ସଂକ୍ରମଣକୁ ଅଧିକ ବଢାଇବ ବୋଲି ଚର୍ଚ୍ଚା ହେଉଛି ।
ଗୁଣ୍ଟୁର-ରାୟଗଡ଼ା ଏrପ୍ରେସ ଆଜି ମଧ୍ୟାହ୍ନରେ ରାୟଗଡ଼ା ଆସିଥିଲା । ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ଆଗରୁ ଟ୍ରେନ୍ଟି ମାର୍କେଟ ଛକ ନିକଟରେ ଅଣ୍ଡରଗ୍ରାଉଣ୍ଡ ରାସ୍ତାର ଠିକ୍ ଉପରେ ଅଟକିଥିଲା । ଆଜି ନୁହେଁ, ବହୁ ଦିନରୁ ଏହି ଟ୍ରେନ ବେଆଇନ ଭାବେ ମାର୍କେଟ ଛକ ନିକଟରେ ଅଟକୁଛି । କରୋନା ସମୟରେ ବି ଏହା ଉପରେ କୌଣସି କଟକଣା ଲଗାଯାଇନି । ଫଳରେ ଷ୍ଟେସନରେ ନଓହ୍ଲାଇ ବାହାର ରାଜ୍ୟ ଫେରନ୍ତାମାନେ ବିନା ଯାଞ୍ଚରେ ଘରକୁ ଫେରୁଛନ୍ତି । ଆଜି ଟ୍ରେନ ଅଟକିବା ପରେ ୭୦ରୁ ୭୫ ଜଣ ଯାତ୍ରୀ ବିନା ଯାଞ୍ଚରେ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା ।
ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବା ଲାଗି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ରେଳ ବିଭାଗକୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ଏଠାରେ ତାହାର ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତିନିଦିନ ତଳେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଷ୍ଟେସନକୁ ଯାଇ ରେଳବାଇ କର୍ତ୍ତୃପକ୍ଷ ଏବଂ ରେଳବାଇ ପୁଲିସକୁ ଏଥିପ୍ରତି ସଜାଗ ରହିବାକୁ କହିଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ମଧ୍ୟ କାର୍ଯ୍ୟକାରୀ ହେଉନି । ନିୟମ ରହିଛି, ବାହାର ରାଜ୍ୟରୁ ତଥା ରେଳଯୋଗେ ଫେରୁଥିବା ଯାତ୍ରୀଙ୍କ ଯାଞ୍ଚ ସାଙ୍ଗକୁ ସ୍କ୍ରିନିଂ ବାଧ୍ୟତାମୂଳକ । କିନ୍ତୁ ଏଠାରେ ବିଭାଗୀୟ କର୍ମଚାରୀ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି । ଫଳରେ ଏହି ଟ୍ରେନ୍ରେ କେତେଜଣ କରୋନା ଆକ୍ରାନ୍ତ ଫେରିଛନ୍ତି, ତାହାର ତଥ୍ୟ ହସ୍ତଗତ ହୋଇପାରିଲା ନାହିଁ । ପ୍ରଶ୍ନ ଉଠୁଛି, କେଉଁଭଳି ସ୍ଥିତିରେ ଯାତ୍ରୀବାହୀ ଟ୍ରେନଟି ରାସ୍ତା ମଝିରେ ଅଟକି ଯାତ୍ରୀଙ୍କୁ ଓହ୍ଲାଇଲା । ଏହାର ନିରପେକ୍ଷ ତଦନ୍ତ ହେବା ଦରକାର । କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନେବା ଦରକାର । ନହେଲେ ଆଗାମୀ ଦିନରେ କରୋନା ପରିସ୍ଥିତି ଯେ ବିସ୍ଫୋରକ ମୋଡ଼ ନନେବ, ତାହା କହିବା ମୁସ୍କିଲ ।


Comments are closed, but trackbacks and pingbacks are open.